୨୨ତମ ଜୟ ହନୁମାନ ଯୁବକ ସଂଘ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପ୍ରଥମ ସେମିଫାଇନାଲରେ କେସିଙ୍ଗାକୁ ହରାଇ ନାରିକଟା ବିଜୟୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଯଗୁଆ ଗ୍ରାମ ପଞ୍ଚାୟତ ତୁର୍ଲା ଖେଳ ପଡିଆରେ ଚଳିତ ବର୍ଷ ୨୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୨୫ ତାରିଖ ସୋମବାରଠାରୁ ଆଠ ଗୋଟି ଟିମ ମଧ୍ୟରେ ଲିଗ ମ୍ୟାଚ୍‌ ଖେଳା ଯାଇଥିଲା । ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ କେସିଙ୍ଗା ଓ ନାରିକଟା ଟିମ ମଧ୍ୟରେ ଖେଳା ଯାଇଥିଲା । ଖେଳ ପରିଚାଳନା କରିବାରେ ରେଫ୍‌ରୀ ଦାୟିତ୍ଵ ତୁଲାଇଥିଲେ ବିନୋଦ ପ୍ରଧାନୀ, ଲବ ସୁନାନୀ, ମଳୟ ଘିବେଲା, ସୁବାସ ବଛା । ଏହି ଅବସରରେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଅତିଥି କାନ୍ତ ଖର୍ସେଲ ଓ ନିରାକାର ସୁନାନୀ । ପ୍ରଥମ ହାଫ୍ ଟାଇମ ଯାଏଁ କିଏ କୌଣସି ଦଳକୁ ଗୋଲ ଦେଇ ପାରି ନ ଥିଲେ । ହାଫ୍‌ ଟାଇମ ପରେ ନାରିକଟା ଦଳ ଏକ ଗୋଲ କେସିଙ୍ଗା ଟିମକୁ ଦେଇଥିଲା । ଖେଳ ଶେଷ ସୁଦ୍ଧା କେସିଙ୍ଗା ଦଳ କିଛି ଗୋଲ ଦେଇ ନ ପାରି ପରାଜୟ ବରଣ କରିଥିଲା ।

Leave A Reply

Your email address will not be published.