ରାସ୍ତାରୁ ମିଳିଲା କଟା ପାପୁଲି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମାନପୁର ଛକରେ ଅଘଟଣ । ରାସ୍ତାରୁ କଟା ପାପୁଲିକୁ ଜବତ କରିଛି ଜଙ୍କିଆ ଥାନା ପୋଲିସ । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ଜଙ୍କିଆ ଥାନା ପୋଲିସ । ସୂଚନା ଅନୁଯାୟୀ, ମାନପୁର ଛକ ନିକଟରେ ଏକ କଟା ପାପୁଲି ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଜଙ୍କିଆ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟା ପାପୁଲିକୁ ଜବତ କରିଛି । ତେବେ ଏହି କଟା ପାପୁଲିଟି କାହାର, ତାକୁ ନେଇ ଖୋଳତାଡ ଚାଲିଛି । ପୋଲିସର ପୁରା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସେପଟେ କଟା ପାପୁଲିକୁ ନେଇ ମାନପୁର ଏବଂ ଏହାର ଆଖପାଖ ଅଂଚଳରେ ଚର୍ଚ୍ଚା ହେଉଛି । କୌଣସି ଦୁର୍ଘଟଣା କି ନିଖୋଜ ଖବର ନାହିଁ । କଟା ପାପୁଲିଟି କାହାର ଏନେଇ ପ୍ରଶ୍ନ ଉଠିଛି । ଜଙ୍କିଆ ପୋଲିସ କଟା ପାପୁଲିକୁ ପରୀକ୍ଷା ନିରୀକ୍ଷା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Leave A Reply

Your email address will not be published.