ସଂଯୁକ୍ତା ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଚନ୍ଦ୍ରଶେଖର ନଗରସ୍ଥିତ ବୃନ୍ଦାବନ ମିଶ୍ରଙ୍କ ଧର୍ମ ପତ୍ନୀ ସଂଯୁକ୍ତା ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କର ମୃତ୍ୟୁ ସର୍ଯ୍ୟା ନିକଟରେ ସ୍ୱାମୀ, ୩ ପୁତ୍ର ସୁଜିତ, ରଂଜିତ ଓ ବିଶ୍ୱଜିତ, ପୁତ୍ରବଧୂ ଅଙ୍କିତା, ଲିପିକା, ଦିବ୍ୟସ୍ମିତା, ଭାଇ ବାବୁଲା ଓ ବାପି, ଭାଇବୋହୁ ଭାରତୀ, ସୁଜାତା, ଭଉଣୀ ତନୟା ଆଚାର୍ଯ୍ୟ, ହୋଟେଲ ଇନ୍ଦ୍ରପ୍ରସ୍ତ ମାଲିକ ଅନୟା ଦାଶ, ରାମ ଦାଶ, ସମୁଧି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରିନ୍ସପାଲ ପ୍ରଫେସର ବିନୟ ଜେନା, ପୁତୁରା ଶିବୁନ, ଲିପୁନ, ଶ୍ରୀକାନ୍ତ, ଅଟଳ ଓ ଇନ୍ଦ୍ରଜିତ ଉପସ୍ଥିତ ଥିଲେ । ତାଙ୍କର ମଧ୍ୟମ ପୁତ୍ର ରଂଜିତ ମିଶ୍ର ମୁଖାଗ୍ନି ଦେଇଥିଲେ । ସ୍ଥାନୀୟ ବିଭୁତିପଡାସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟାରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ପରିଚିତ ମହଳରେ ଏବଂ ଚନ୍ଦ୍ରଶେଖର ନଗରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.