ଦିବଙ୍ଗତ ଶିକ୍ଷକ ଶ୍ୟାମସୁନ୍ଦର ପୁରୋହିତଙ୍କ ବିୟୋଗରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ହାଇସ୍କୁଲର ପୂର୍ବତନ ସ୍ୱର୍ଗୀୟ ଶିକ୍ଷକ ଶ୍ୟାମସୁନ୍ଦର ପୁରୋହିତଙ୍କ ବିୟୋଗରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପୁରାତନ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡଙ୍ଗୀ । ଶ୍ରଦ୍ଧାଞ୍ଜଳି ସଭାରେ ମଞ୍ଚାସିନ ଥିଲେ ଗୋବିନ୍ଦ ଅଗ୍ରୱାଲ ଓ ଚନ୍ଦ୍ରଭାନୁ ପ୍ରଧାନ । ସ୍ୱର୍ଗତ ପୁରୋହିତଙ୍କ ଫଟୋଚିତ୍ରରେ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଜୟନାରାୟଣ ତ୍ରିପାଠୀ, ଗୋବିନ୍ଦ ପାଣିଗ୍ରାହୀ, ଡ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରୀୟ ଗୁରୁ, ମହେଶ୍ୱର ସାହୁ, ଚନ୍ଦ୍ରଶେଖର ପୁରୋହିତ, ଡ. ବିରଞ୍ଚି ସାହୁ, କ୍ଷୀରସିନ୍ଧୁ ସୁନା ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିରୋଜ ଦୋରା, ଶ୍ୟାମପଦ ସିହ୍ନା, ଥବୀର ପ୍ରଧାନ, ମୁକେଶ ମୋଦୀ, ଅଭିଳାଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.