csstore

ନ୍ୟାସ୍‌ନାଲ୍‌ ଫେଲୋସିପ ଆୱ।ର୍ଡରେ ସମ୍ମାନିତ ହେଲେ ବଲାଙ୍ଗିରର କଳ୍ପନା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ସାମାଜିକ କ୍ଷେତ୍ରରେ ଗରିବ ଅସହାୟ ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ କଳ୍ପନା ସାହୁଙ୍କୁ ଦିଲ୍ଲୀସ୍ଥିତ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ୩୯ତମ ଜାତୀୟ ସମ୍ବିଳନୀରେ ଭାରତର ପ୍ରଥମ ନାରୀ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ୨୦୨୩ ନ୍ୟାସ୍‌ନାଲ୍‌ ଫେଲୋସିପ ଆୱ।ର୍ଡରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ନେପାଳ ରାଜା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟ ନାରାୟଣ ଜଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୁମାରୀ ସାହୁକୁ ସମ୍ମାନିତ କରିଥିଲେ । ଏହି ସମ୍ମାନ ପାଇବା ପରେ ବଲାଙ୍ଗିର ଜିଲ୍ଲାର ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.