ମଣ୍ଟେଶୋରୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

  • ବାହ୍ୟ ଆଡମ୍ବରରେ ଧ୍ୟାନ ନଦେଇ ପାଠ ପଢାକୁ ଗୁରୁତ୍ୱ ଦିଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱେରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ସହରର କଳାମଣ୍ଡଳ ପଡିଆରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ୟୁନିଭର୍‌ସିଟିର ଉପ-କୁଳପତି ପ୍ରଫେସର ସଂଜୟ କୁମାର ଶତପଥି ଯୋଗଦେଇ ବର୍ତ୍ତମାନ ସମୟରେ କିଭଳି ପିଲାମାନେ ବାହ୍ୟ ଆଡମ୍ବରରେ ଧ୍ୟାନ ନଦେଇ ପାଠ ପଢାକୁ ଗୁରୁତ୍ୱ ଦେବେ ଓ ଭବିଷ୍ୟତରେ ଦେଶ ଗଠନରେ ଜଣେ ଜଣେ ବିନ୍ଧାଣୀ ହେବେ ବୋଲି ସମେବତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟବକ୍ତା ରୂପେ ପୂର୍ବତନ ରାଜ୍ୟସଭା ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜ ନିଜର ବ୍ୟକ୍ତିତ୍ୱ ଗଠନ ସଠିକ୍‌ ଦିଗରେ ସ୍କୁଲ ସମୟରୁ ହିଁ ଆରମ୍ଭ କରିବାକୁୁ ଉଦ୍‌ବୋଧନ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ରବିଚନ୍ଦ୍ର ଉଦଗାତା ଏବଂ ଚେୟାରମ୍ୟାନ ବିରେନ୍ଦ୍ର ନାରାୟଣ ଉଦଗାତା ନିଜସ୍ୱ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସ୍କୁଲର ମୁଖପତ୍ର ସ୍ପାର୍କଲକୁ ଅତିଥି ବୃନ୍ଦ ଶୁଭ ଉନ୍ମୋଚିତ କରିଥିଲେ । ସୁଶ୍ରୀ ଦିବ୍ୟାଶା ଦିବ୍ୟ ଦର୍ଶିନୀ ଦାଶ ମଞ୍ଚ ପରିଚାଳନା କରିଥିଲେ । ସ୍କୁଲର ମେରିଟୋରିଅସ, ବେଷ୍ଟ ଏଟେଣ୍ଟେନସ, ଷ୍ଟେଟ ଲେଭେଲ ୱିନର ସୁଶ୍ରୀ ଜାଗୃତୀ ଶତପଥି, ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଇୟର ଏବଂ ସ୍କୁଲରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ଷ୍ଟୋଟ ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମେନେଜମେଣ୍ଟ ବଲାଙ୍ଗିରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଫୁଡ ଫେଷ୍ଟିଭାଲ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା । ସାନ୍ଧ୍ୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ହୋଇଥିବା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପାଂଚ ହଜାରରୁ ଅଧିକ ସମବେତ ହୋଇଥିବା ଅଭିଭାବକ ଓ ଦର୍ଶକଙ୍କ ପାଇଁ ମନୋମୁଗଧକର ପରିବେଶ ସୃଷ୍ଟି ହୋଇଥିଲା । ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ଆକୁଳ ବେହେରା, ରାଜେଶ ପାଣିଗ୍ରାହୀ, ରେଡକ୍ରସ କର୍ମୀ ରାମନାରାୟଣ ଦାଶ ଏବଂ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.