୮୪ ବର୍ଷରେ ପଦାର୍ପଣ କଲେ ନରସିଂହ

  • ଜନ୍ମଦିନରେ ନରସିଂହଙ୍କୁ ଶୁଭେଚ୍ଛା ଦେଲେ ଅଗଣିତ ସାଧାରଣ ଜନତା ଓ ଅନୁଷ୍ଠାନ
  • ଶୁଭେଚ୍ଛା ପ୍ରତିଉତ୍ତରରେ ଜଣାଇଲେ କୃତଜ୍ଞତା
  • ଜୀବନବ୍ୟାପୀ ଲୋକଙ୍କୁ ସେବା ଯୋଗାଇବା ଦେଲେ ପ୍ରତିଶୃତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ୮୪ ବର୍ଷରେ ପ୍ରଦର୍ପଣ କରିଛନ୍ତି । ୧୯୪୦ ମସିହା ବିଧାୟକ ଶ୍ରୀମିଶ୍ର ବଲାଙ୍ଗିର ସହର ନିକଟବର୍ତ୍ତୀ ଛତାମଖନା ଗ୍ରାମରେ ଦେଶର ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ପିତା ସ୍ୱର୍ଗତ ଯୁଧିଷ୍ଟିର ମିଶ୍ର ଏବଂ ମାତା ନିଳାବତୀ ଦେବୀଙ୍କ ଔରଷରୁ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ୧୦ ଭାଇ ଓ ଏକ ଭଉଣୀ ଭିତରେ ସେ ଜ୍ୟେଷ୍ଠ ଥିଲେ । ପିଲାଟି ଦିନର ଶିକ୍ଷା ଛତାମଖନା ସ୍କୁଲରୁ ଆରମ୍ଭ ହୋଇ ପରିବର୍ତ୍ତୀ ସମୟରେ ପିଆର୍‌ ହାଇସ୍କୁଲ ପରେ ପରେ ବିକ୍ରମଦେବ କଲେଜ ଜୟପୁର, ଖଲ୍ଲିକୋଟ କଲେଜ ବ୍ରହ୍ମପୁରରୁ ସେ ଡିଗ୍ରୀ ସମାପ୍ତ କରିଥିଲେ । ପରେ ପରେ କଟକସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ସମାପ୍ତ କରିଥିଲେ । ଆଜି ତାଙ୍କର ୮୪ତମ ଜନ୍ମଦିନ ଅବସରରେ ସାରା ରାଜ୍ୟରୁ ତାଙ୍କ ଶୁଭେଚ୍ଛୁମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବଲାଙ୍ଗିର ନଗର କଂଗ୍ରେସ ତରଫରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଦିନସାରା ବିଧାୟକ ଶ୍ରୀ ମିଶ୍ରଙ୍କ ବଲାଙ୍ଗିର ସହରର ତଥା ଦେଓଗାଁ, ଆଗଲପୁର, ବଲାଙ୍ଗିର ସଦର, ପୁଇଁନ୍ତଲା ଓ ଲୋଇସିଂହା ବ୍ଲକ ଅଂଚଳରୁ ଅନେକ ସାଧାରଣ ଜନତା, ବୁଦ୍ଧିଜୀବୀ, ରାଜନୈତିକ କର୍ମୀ, ସାମାଜିକ, ସାଂସ୍କୃତି, ମୁଖ୍ୟ ସଂଗଠନ ଓ ସଂଗଠକମାନେ ତାଙ୍କ ବଲାଙ୍ଗିର ଆବାସିକ କାର୍ଯ୍ୟାଳୟକୁ ଆସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପ୍ରତିଉତ୍ତରରେ ବିଧାୟକ ଶ୍ରୀ ମିଶ୍ର ନିଜ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇବା ସହ କହିଥିଲେ ଯେ ସେ ବଂଚିଥିବା ପର୍ଯ୍ୟନ୍ତ ଲୋକଙ୍କ ସେବା କରିବେ । ସେ ଲୋକପ୍ରତିନିଧି ଥାଆନ୍ତୁ ବା ନ ଥାନ୍ତୁ ନିଶ୍ଚିତ ଭାବରେ ସମାଜର ତଳସ୍ତର ଲୋକମାନଙ୍କର ସେବା କରିବା ପାଇଁ ସେ ଆଜିବନ ବ୍ରତୀ ରହିବେ । ଆଜି ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ତାଙ୍କ ଭିତରେ ଥିବା ଦାୟିତ୍ୱବୋଧତାକୁ ଆହୁରି ଦ୍ୱିଗୁଣିତ କରିଛି । ସେ ନିଶ୍ଚିତ ଭାବରେ ଏ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା, ସଂସ୍କୃତି ବିକାଶ ପାଇଁ ନିରନ୍ତର କାମ ଜାରି ରଖିବେ ବୋଲି ଶୁଭେଚ୍ଛାର ପ୍ରତିଉତ୍ତରରେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ମିଶ୍ର ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଲୋଇସିଂହା ନିର୍ବାଚନ ମଣ୍ଡଳିରୁ ପ୍ରଥମ ଥର ବିଜୟୀ ହୋଇ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ୱଭାର ଗ୍ରହଣ କରିଥିଲେ । ସେ ସମୟରେ ସାଧାରଣ ଜନତା ହିତ ପାଇଁ ଆଇନ ବିଭାଗରେ ଅନେକ ଗୁଡିଏ ସଂସ୍କାର ଆଣି ପାରିଥିଲେ । ପରବର୍ତ୍ତୀ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଏକମାତ୍ର ବ୍ୟକ୍ତି ଭାବରେ ଲୋଇସିଂହା, ବିନିକା ଏବଂ ବଲାଙ୍ଗିର ସଦର ଆସନରୁ ବିଧାୟକ ହୋଇ ରେକର୍ଡ କରିଛନ୍ତି । ରାଜ୍ୟ ଶ୍ରେଷ୍ଠ ରାଜନୈତିଜ୍ଞ ଭାବରେ ସେ ବିଧାୟକ, ବିରୋଧି ଦଳ ଉପନେତା, ବିରୋଧିଦଳ ନେତା, କ୍ୟାବିନେଟ ମନ୍ତ୍ରୀ ଏବଂ ଜାତୀୟ ଆଇନ ଆୟୋଗ କମିଶନର ସଭ୍ୟ ଥିଲେ ।

Leave A Reply

Your email address will not be published.