csstore

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପତ୍ରାପାଲି(ଖ) ଓ ଖଇରା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା’ ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଦୁର୍ଦ୍ଦକ୍ଷ ହଂସ, ଶିକ୍ଷକ କୀର୍ତ୍ତନ ବେହେରା, ପୂର୍ବତନ ସମିତି ସଭ୍ୟ ଅନୀଲ ମାଝୀ, ତାଳଭଟା ଗୌନ୍ତିଆ ବୃନ୍ଦାବନ ବେହେରା, ପୂର୍ବତନ କପିଲାଭଟା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ମଧୁସୂଦନ ସାହୁ, ପୂର୍ବତନ ଫୁଟବଲ ଖେଳାଳି ଲମ୍ବୋଦର ବେହେରା, ଯୁବ କଣ୍ଠଶିଳ୍ପୀ ରାସ ବିହାରୀ ଘିଭେଲା, ଯୁବ କଳାକାର ସାରଙ୍ଗଧର ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସର ପ୍ରଥମ ରାଉଣ୍ଡରେ ସର୍ଗୁଲ ଓ ପତ୍ରାପାଲି(ଖ) ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପତ୍ରାପାଲି(ଖ) ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡରେ ଖଇରା ଓ ମୁରିବାହାଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁରିବାହାଲ ଦଳକୁ ପରାସ୍ତ କରି ଖଇରା (ବୋଡେ଼ନ) ଦଳ ବିଜୟୀ ହୋଇଥିଲା । ରେଫରୀ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସାମନ୍ତ ହେର୍ଣ୍ଣା ଓ ପୁରନ୍ଦର କରୁଆଁ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ, ରୋଶନ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ, ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗ, କୁଶଧ୍ଵଜ ବେହେରା, ଟୁନା ହଂସ, ଟିକେଶ୍ୱର ବିଶିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.