ଟିଟିଲାଗଡ଼ରେ ପହଞ୍ଚିଲା ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା : ଭବ୍ୟ ସ୍ଵାଗତ କଲା ଟିଟିଲାଗଡ଼ ବିକାଶ ସେନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପଶ୍ଚିମାଞ୍ଚଳ ପିପୁଲସ ଫୋରମ୍‌ ଦ୍ୱାରା ଆୟୋଜିତ ଡ଼ିସେମ୍ବର ୨୨ ତାରିଖଠାରୁ ୨୭ ଡ଼ିସେମ୍ବର ଯାଏ ନୃସିଂହନାଥଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ବାହାରିଛି । ଏହି ଦ୍ୱିତୀୟ ଦିନରେ ଏହି ସ୍ୱାଭିମାନ ଯାତ୍ରା ଟିଟଲାଗଡ଼ରେ ପହଁଚିଛି । ଏହି ଯାତ୍ରାରେ ଫିଲ୍ମ ନିର୍ଦ୍ଦେଶକ ମନୋଜ ମିଶ୍ର, ବିରେନ୍ଦ୍ର କୁମାର ପାଣିଗ୍ରାହୀ, ସପନ ମିଶ୍ର, ସୁବାସ ଚନ୍ଦ୍ର ନାୟକ, ସିପୁନ ଖମ।ରି, ପ୍ରଦୀପ ଢେଣ୍ଡିଆ ପ୍ରମୁଖ ପଶ୍ଚିମ ଓଡ଼ିଶା ବୁଲି ବୁଲି କୋଶଲି ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଥିଲେ । ଏହି ସ୍ୱାଭିମାନ ଯାତ୍ରାକୁ ଟିଟିଲାଗଡ଼ ବିକାଶ ସେନାର ପ୍ରତିଷ୍ଠାତା ପ୍ରଶାନ୍ତ ଷଡଙ୍ଗୀ, ଟିଟିଲାଗଡ଼ ବିକାଶ ସେନାର ସଭାପତି ଇ. ଅମ୍ଳାନ ଷଡ଼ଙ୍ଗୀ, କୋଶଲି ଭାଷା ସୁରକ୍ଷା ସମିତିର ଟିକେଲାଲ ବେହେରା, ଭିକାରୀ ଚରଣ ମିଶ୍ର, କୋଶଳ ମୁକ୍ତି ମୋର୍ଚ୍ଚାର ସଭାପତି ଦେବେନ୍ଦ୍ର ଜୈନ ଓ ଅନ୍ୟାନ୍ୟ ସଦସ୍ୟମାନେ ବାନ୍ଧୁପଲାଠାରୁ ଭବ୍ୟ ସ୍ଵାଗତ କରି ପୂର୍ତ୍ତବିଭାଗ ଡାକବଙ୍ଗଳା ନିକଟକୁ ପାଛୋଟି ଆଣିଥିଲେ । ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ତା’ ପରେ ପୁଣି ଆଗକୁ ଏହି ସ୍ୱାଭିମାନ ଯାତ୍ରା ବଢିଥିଲା ।

Leave A Reply

Your email address will not be published.