ପାଣି ଟ୍ୟାଙ୍କର ତଳେ ଚାପିହୋଇ ହେଲ୍‌ପର ମୃତ

ଖଲ୍ଲିକୋଟ : ଜାତୀୟ ରାଜପଥ ନିକଟରେ ଓଲଟିଲା ପାଣି ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ୱଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ପାଣି ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ହେଲପର ସାହେବ ଭୂୟାଁ । ଡ୍ରାଇଭର ସୁଜିତ କୁମାର ଦାସ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥରେ ଲାଗିଥିବା ଗଛରେ ପାଣି ଦେବା ଲାଗି ଏକ ପାଣି ଟ୍ୟାଙ୍କର ଉଜ୍ୱଳେଶ୍ୱରୀ ମନ୍ଦିର ନିକଟରୁ ପାଣି ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଛତ୍ରପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.