ପୁଞ୍ଜିଲାଲଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁର୍ଲା ନିଆଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଜିଲ୍ଲା କାରାଗାରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇ ଭୀମସାର୍‌ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତ କିଛିଦିନ ହେବ ପୁଞ୍ଜିଲାଲ ନିଜ ବେକରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ତାଙ୍କର ସ୍ନାୟୁ ଜନିତ ସମସ୍ୟା ରହିଥିବା ଜଣାପଡ଼ିଥିଲା । ହେଲେ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ସ୍ନାୟୁ ବିଭାଗୀୟ ବିଶେଷଜ୍ଞ ନଥିବାରୁ ତାଙ୍କୁ ବୁର୍ଲା ନିଆଯାଇଥିବା କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ପେଟ ଗୋଳମାଳ ଓ ଆଣ୍ଠୁ ସମସ୍ୟା ପାଇଁ ପୁଞ୍ଜିଲାଲଙ୍କୁ ବିବିଏମ୍‌ସିଏଚ୍‌ ନିଆଯାଇଛି । ଏବେ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.