ବଲାଙ୍ଗିର କରାଟେ ଟିମ୍‌ର ବିଶାଖାପାଟଣା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ବିଶାଖାପାଟଣା ଗସ୍ତ କରିଛନ୍ତି । ଆସନ୍ତା ୨୩ ଓ ୨୪ ଦୁଇ ଦିନ ଧରି ବିଶାଖାପାଟଣାର ସ୍ୱର୍ଣ୍ଣଭାରତୀ ଷ୍ଟାଡିଅମରେ ୨୧ତମ ସର୍ବଭାରତୀୟ ଅନ୍ତଃ ବିଦ୍ୟାଳୟ ଓ ସିନିଅର ବର୍ଗର ଚମ୍ପିଆନସିପ ଅନୁଷ୍ଠିତ ହେବ । ଅଲ୍‌ ଇଣ୍ଡିଆ ସେଇସିନକାଇ ସିଟୋରି ଡୁ ଫେଡେରେସନ ଦ୍ୱାରା ଆୟୋଜିତ ଏହି ଚମ୍ପିଆନସିପରେ ବଲାଙ୍ଗିର କରାଟେ ସ୍କୁଲର ଉଭୟ ବାଳିକା ଓ ବାଳକ ବର୍ଗର ସମୁଦାୟ ୧୬ଜଣ ପ୍ରତିଯୋଗୀ ଭାଗ ନେବେ । ବଲାଙ୍ଗିର ଦଳ ସହିତ ସ୍କୁଲର ମୁଖ୍ୟ କୋଚ୍‌ ତଥା ସଂପାଦକ ହୃଦୟ ଶବର, ସହକାରୀ କୋଚ୍‌ ଚନ୍ଦ୍ରଶେଖର ସେଠ ଓ ଟିମ ମ୍ୟାନେଜର ମାନଗୋବିନ୍ଦ ମେହେର ବିଶଖା ପାଟଣା ଗସ୍ତ କରିଛନ୍ତି । ସ୍କୁଲର ସଭାପତି ସଚ୍ଚିଦାନନ୍ଦ ବାଗ, କୋଷାଧ୍ୟକ୍ଷ ରବି ବେହେରା ଓ ଅଭିଭାବକ ବୃନ୍ଦ ପ୍ରତିଯୋଗୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.