csstore

ଜେସିଆଇ ଟିଟିଲାଗଡ଼ ସିଟି ତରଫରୁ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜେସିଆଇ ଟିଟିଲାଗଡ଼ ସିଟି ତରଫରୁ ସଭାପତି ତ୍ରିଲୋକନାଥ ଜୈନଙ୍କ ସଭାପତିତ୍ୱରେ ସ୍ଥାନୀୟ ଡିଏନ୍‌ ରିସର୍ଟଠାରେ ଜାତୀୟସ୍ତରର ହାସ୍ୟ କବିମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ହାସ୍ୟ କବି ସମ୍ମିଳନୀରେ ଅଲିଗଡର କବି ଡ. ବିଷ୍ଣୁ ସକ୍‌ସେନା, ଦୁର୍ଗରୁ ପଦ୍ମଶ୍ରୀ ସୁରେନ୍ଦ୍ର ଦୁବେ, ଦିଲ୍ଲୀରୁ କବୟିତ୍ରୀ ଖୁସବୁ ଶର୍ମା, ଜବଲପୁରରୁ କବି ସୁଦୀପ ଭୋଲା, ରାଜସ୍ଥାନ ଜୟପୁରରୁ କବି କମଲ ମନୋହର, ମନ୍ଦସୋରରୁ କବି ମୁନ୍‌ନା ବେଟରି ଆସି ନିଜ କବିତା ମାଧ୍ୟମରେ ଲୋକଙ୍କୁ ହସାଇ ଥିଲେ । ଏହି ହାସ୍ୟ କବି ସମ୍ମିଳନୀକୁ ଦେଖିବା ପାଇଁ ବଲାଙ୍ଗିର, କଣ୍ଟାବାଞ୍ଜି, ସିନ୍ଧେକେଲା, ବଙ୍ଗୋମୁଣ୍ଡା ତଥା ପଡୋଶୀ ଜିଲ୍ଲାରୁ ମଧ୍ୟ ସ୍ରୋତାଙ୍କ ଭିଡ ଜମିଥିଲା । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ଆୟୋଜନ କରିବାରେ ବିଭିନ୍ନ ଅନୁଷ୍ଠାନ, ସଂସ୍ଥା, ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମ୍ମିଳନୀକୁ ସଫଳ କରାଇବାରେ ପ୍ରୋଜେକ୍ଟ ଡାଇରେକ୍ଟର ରାହୁଲ ଜୈନ, କୋ-ପ୍ରୋଯେକ୍ଟ ଡାଇରେକ୍ଟର ଶୈଳେଶ ଗୋୟଲ୍, ଆଇପିପି ଅତୁଲ ଜୈନ, ସମ୍ପାଦକ ବିକାଶ ଜୈନ, କୋଷାଧ୍ୟକ୍ଷ ଦୀପକ ଜୈନଙ୍କ ସମେତ ଜେସିଆଇର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.