ଟିଟିଲାଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ବିନା ଟଙ୍କାରେ ମିଳୁନି ସରକାରୀ ମାଗଣା ଔଷଧ : ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଯକ୍ଷ୍ମା ରୋଗର ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ଔଷଧ ଯୋଗାନ୍ତି ସରକାର କିନ୍ତୁ ଟିଟିଲାଗଡ଼ ଅଞ୍ଚଳରେ କିଛି ମାସ ହେଲା ଯକ୍ଷ୍ମା ରୋଗୀମାନଙ୍କୁ ଠିକ୍ ସମୟରେ ଔଷଧ ମିଳୁନଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ପ୍ରସଙ୍ଗରେ ଗତ ତାରିଖ ୨.୧୨.୨୩ ଦିନ ଅନୁଷ୍ଠିତ ହୋଇଥିବା ଟିଟିଲାଗଡ଼ ସମିତି ବୈଠକରେ ମଧ୍ୟ ଜନ ପ୍ରତିନିଧିମାନେ ଡାକ୍ତର କିଶାନଙ୍କୁ ଜଣାଇଥିଲେ ଓ କହିଥିଲେ ଯେ ମେଡିକାଲରେ ମାଗଣା ଔଷଧ ମିଳୁ ନ ଥିବା ବେଳେ ଟଙ୍କା ଦେଲେ ଔଷଧ ମିଳୁଥିବା କଥା କହିଥିଲେ । ଯଦି ଏଭଳି କିଛି ଅଭିଯୋଗ ହେଲେ ମତେ ଜଣାଇଲେ ମୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତ ୧୫.୧୨.୨୦୨୩ ତାରିଖ ଦିନ ଉଦେପୁର ଗ୍ରାମର ଯକ୍ଷ୍ମା ରୋଗୀ ମୁରଲୀ ଭୋଇଙ୍କ ପୁଅ ରାକେଶ ଭୋଇ ଶୀହିନି ସରପଞ୍ଚ ବୀରବର ସାହୁଙ୍କୁ ଫୋନ ଯୋଗେ ଯକ୍ଷ୍ମା ରୋଗର ଔଷଧ ପାଇଁ ୧୫୦୦ ଟଙ୍କା ଦରକାର ଅଛି କହିଥିଲେ ଓ ଫ୍ରି ମେଡିସିନଙ୍କୁ ସେ ଗତ ତିନି ମାସ ହେଲା ୧୫୦୦ ଟଙ୍କା ଦେଇ ପ୍ରତ୍ୟେକ ମାସ ନେଉଛନ୍ତି ବୋଲି ଜଣାଇଥିଲେ ଓ ସରକାରୀ ମେଡିକାଲରେ ଯକ୍ଷ୍ମା ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଏହି ଔଷଧ ପାଇଁ ତାଙ୍କଠାରୁ ଏହି ଟଙ୍କା ନେଉଥିବା କହିଥିଲେ । ଏହା ଜାଣିବା ପରେ ସରପଞ୍ଚ ବୀରବର ସାହୁ ଖୋଲାନ ଡାକ୍ତର କିଶାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଡ. କିଶାନ ନିଜେ ଉଦେପୁରର ଯକ୍ଷ୍ମା ରୋଗୀ ମୁରଲୀ ଭୋଇ ଓ ଦେସିଲ ରାଜକିଶୋର ଭୋଇ ଘରକୁ ଯାଇ ତଦନ୍ତ କରି ସିଡିଏମ୍‌ଓ ବଲାଙ୍ଗିରଙ୍କୁ ଚିଠି ମାଧ୍ୟମରେ ଜଣାଇ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ନଂ ୭୩୯ ତା ୧୮.୧୨.୨୦୨୩ ଦିନ ଲେଖିଛନ୍ତି ବୋଲି ବୀରବର ସାହୁ ସୂଚନା ଦେଇଛନ୍ତି । ଏଭଳି କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ ମହାସଂଘ ବଲାଙ୍ଗିର ସଭାପତି ବୀରବର ସାହୁ ଦାବି କରିଛନ୍ତି ।

Leave A Reply

Your email address will not be published.