ସାଇନିଙ୍ଗ ରକର ଏକାଡେମୀର ସପ୍ତମ ବାର୍ଷିକୋତ୍ସବ ଆସନ୍ତା ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନଷ୍ଠାନ ସାଇନିଙ୍ଗ ରକର ଏକାଡେମୀର ୭ମ ବାର୍ଷିକ ଉତ୍ସବ ଭଞ୍ଜଭବନଠାରେ ଆସନ୍ତା ୨୩ ତାରିଖ ଶନିବାର ଦିନ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର୪ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନୁଷ୍ଠାନର ମୁଖ୍ୟ ଲୀନା ବିଶ୍ୱାଳ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଅନୁଷ୍ଠାନର ସପ୍ତମ ବାର୍ଷିକୋତ୍ସବରେ ଉଦ୍‌ଘ।ଟକ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ମୁଖ୍ୟ ଅତଥି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ଶାରଦା ପ୍ରସାଦ ନାୟକ ଓ ସ୍ଵତନ୍ତ୍ର ଅତିଥି ଭାବେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ମୁଖ୍ୟବକ୍ତା ଭାବରେ କବି ତଥା ସାମ୍ବାଦିକ କୁଞ୍ଜ ବିହାରୀ ରାଉତ ପ୍ରମୁଖ ଯୋଗ ଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ, ଫ୍ୟାସନ ଶୋ ଆଦି ଅନୁଷ୍ଠିତ କରାଯିବ । ଏଥିରେ ଶତାଧିକ କଳାକାର ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବେ । ଏହି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ କଳାକାର, ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଶ୍ରୀମତୀ ବିଶ୍ୱାଳ ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଲୀନା ବିଶ୍ୱାଳଙ୍କ ସମେତ ବରିଷ୍ଠ ସଦସ୍ୟ ବିଜୟ ସୁନ୍ଦରାୟ, ଦିପ୍ତି ବିଶ୍ଵାଳ, ପ୍ରିୟଙ୍କା ପାଣି, କାର୍ତ୍ତିକ ରାଉତ, ବର୍ଣ୍ଣାଳୀ ରାଉତ, ଚିନୁ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.