ମାଳିଶିରା ଗ୍ରାମରୁ ଜଣେ ୧୬ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ସଦର ଗ୍ରାମରୁ ଜଣେ ୧୬ ବର୍ଷୀୟା ନାବାଳିକା ନିଖୋଜ ଥିବା ନେଇ ତାଙ୍କ ଅଜା ଥାନାରେ ଲିଖିତ ଏତଲା ଦେଇଛନ୍ତି । ନାବାଳିକା ଜଣଙ୍କ ଗତ ରବିବାର ରାତି ୧୧.୩୦ଠାରୁ କେଉଁ ଆଡେ ଚାଲିଯାଇଥିଲେ । ଏହା ଜାଣିପାରି ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ତାଙ୍କୁ କେହି ଅପହରଣ କରିନେଇଥିବା ତାଙ୍କ ଅଜା ଥାନାରେ ଲିଖିତ ଏତଲା ଦେଇଥିଲେ । ନାବାଳିକାଙ୍କ ଅଜାଙ୍କ ଏତଲାକୁ ନେଇ ମୁରିବାହାଲ ଥାନା ପୋଲିସ କେସ ନଂ ୩୩୯/୨୩ରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ମୁରିବାହାଲ ଥାନା ପୁଲିସ ସୂତ୍ରରୁ ଜଣାପଡିଛି । ନାବାଳିକାଙ୍କ ନିଖୋଜକୁ ନେଇ ମାଳିଶିରା ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ହେଉଥିବା ଜଣାପଡିଛି ।

Leave A Reply

Your email address will not be published.