pr

କଂଟାବାଂଜି ଅଗ୍ନିଶମ କର୍ମଚାରୀଙ୍କ ୨ଦଫା ଦାବୀ ନେଇ କଳା ବ୍ୟାଚ୍‌ ପରିଧାନ : ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ ଜାରି

dr. purohit

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ଅଗ୍ନିଶମ କର୍ମଚାରୀମାନଙ୍କ ୨ଦଫା ଦାବୀ ନେଇ କଳା ବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ ଜାରି ରହିଛି । ଏହା ଡିସେମ୍ବର ୧୧ତାରିଖରୁ ଜାରି ରହିଛି । ଅଗ୍ନିଶମ କର୍ମଚାରୀ ଆଗ୍ନିକ, ଆଗ୍ନିକ ଗାଡି ଚାଳକ ଓ ହାବିଲଦାର(ମୂଖ୍ୟ ଆଗ୍ନିକ)ଙ୍କ ପୂର୍ବ ଭଳି ଓଡିଶା ସିପାହୀ ହାବିଲଦାରଙ୍କ ଲେବଲ ଓ ଭତା ସହ ସମାନ କରିବା, ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଂଜିକରଣ ଦାବୀରେ କଳା ବ୍ୟାଚ୍‌ ପରିଧାନ କରିଛନ୍ତି । ଏହି କଳା ବ୍ୟାଚ୍‌ ପିନ୍ଧି ଶାନ୍ତି ଶୃଙ୍ଖଳା ସହିତ କଂଟାବାଂଜି ଅଗ୍ନିଶମ କେନ୍ଦ୍ରର ମୂଖ୍ୟ ଆଗ୍ନିକ କୁମାର ବିଲୁଙ୍ଗ, ଚୈତନ୍ୟ ମହାରଣା, ଡ୍ରାଇଭର ଶ୍ରୀକାନ୍ତ ମେହେର, ଫାୟାରମେନ ଉମାଶଙ୍କର ଶବର, ବିଭୁତି ନାଗ, ଜନ୍ମେଜୟ ସାହୁ, କପିଲ ଭୋଇ, ଚନ୍ଦନ ଭୋଇ, ଟିକେଶ୍ୱର ଧାମେଲ ସାମିଲ ଅଛନ୍ତି । ଉପରୋକ୍ତ ଦୁଇ ଗୋଟି ଦାବୀ ପୁରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.