lika

ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଂଧ୍ୟା ୬ଟାରେ ସ୍ଥାନୀୟ ମେହେର ପଡା କଲ୍ୟାଣ ମଣ୍ଡପ (ଚନ୍ଦନଭାଟୀ)ଠାରେ ପ୍ରିୟନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ୯୯ମାଟ୍ରିକ ବ୍ୟାଚ୍ ପଂଚାୟତ ହାଇସ୍କୁଲ, ଚନ୍ଦନଭାଟୀର ପୁରାତନ ଛାତ୍ରମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୯୯ମାଟ୍ରିକ ବ୍ୟ।ଚ୍‌ର ରୌପ୍ୟ ଜୟନ୍ତୀ ସମରୋହ ଆସନ୍ତା ୩୧ ଡିସେମ୍ବର ୨୦୨୩ ରବିବାର ଦିନ କଅଗାଁ ଖେଳ ପଡିଆରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ଉକ୍ତ ସଭାରେ ପୁରାତନ ଛାତ୍ର ଅଜିତ ପୁରୋହିତ, ରାଜେଶ ତ୍ରିପାଠୀ, ପ୍ରଶାନ୍ତ ବେହେରା, ଚିତ୍ତରଞ୍ଜନ ପଟେଲ, ରଂଜୟ ଯୋଶୀ, ରାକେଶ ମିଶ୍ର, ହିମାଂଶୁ ମିଶ୍ର, ମହେନ୍ଦ୍ର ମେହେର, ଡମ୍ବରୁ ମେହେର, ସୁବଳ ନାୟକ, ଛବିଲ ବେହେରା, ବୈଷ୍ଣବ ପଧାନ, ଏକାଦସିଆ କାଳସାଏ ଯୋଗ ଦେଇଥିଲେ । ଶେଷରେ ହରିହର ପଧାନ ଧନ୍ୟବାଦ ଦେଇଥିଲେ ।

baba
Leave A Reply

Your email address will not be published.