oom

ବିଲେଇସର୍ଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଂଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ସପ୍ତାହ ବ୍ୟାପି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚାଲିଥିବା ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହେଲେ ଯୁବ ଓଡିଶା, ନବୀନ ଓଡିଶାର ଉଦ୍ଦେଶ୍ୟ ସାଧିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜଙ୍କ ତତ୍ତ୍ୱାବଧାନରେ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଯାତ୍ରା, ସଫେଇ ଅଭିଯାନ ଭଳି ବିଭିନ୍ନ ଜନହିତକର ପଦକ୍ଷେପ ସପ୍ତାହ ବ୍ୟାପୀ ଆୟୋଜନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇ କ୍ରୀଡା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଯୁବ ବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର ଯୋଗ ଦେଇ ଆମର ଆଚରଣ ଶିଷ୍ଟ ହେଲେ ଆମେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିବା ବୋଲି କହିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଉତ୍ତମ ଆଚରଣ ଶିକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ଇଂରାଜୀ ଅଧ୍ୟାପିକା ନିରୁପମା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଚୈତନ୍ୟ ଦଣ୍ଡସେନା, ଇତିହାସ ଅଧ୍ୟାପକ ରୁଦ୍ରଧର ତ୍ରିପାଠି, ରାଜନୀତି ବିଜ୍ଞାନ ଅଧ୍ୟାପକ ବୈବସୁତ ବିଶ୍ୱାଲ, ଶିକ୍ଷା ଅଧ୍ୟାପକ ନିଳାଚଳ ତ୍ରିପାଠି, କ୍ରୀଡା ଶିକ୍ଷକ ମିତ୍ରଭାନୁ ବିଶ୍ୱାଲ, ଗ୍ରନ୍ଥାଗାର ସହାୟକ ଭୁବନେଶ୍ୱର ମହାକୁର, ବରିଷ୍ଠ କିରାଣୀ ସନ୍ତୋଷ ପ୍ରଧାନ, କନିଷ୍ଠ କିରାଣୀ ବନମାଲି ସା, ଶିକ୍ଷା କର୍ମଚାରୀ ହୃଷିକେଶ ମେହେର, ନନ୍ଦଲାଲ ଭାଟି, ପ୍ରସନ୍ନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.