oom

ପାର୍ବତୀଗିରି ମେଗାଲିଫ୍ଟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପାର୍ବତୀଗିରି ମେଗାଲିଫ୍ଟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଜଳସମ୍ପଦ ବିଭାଗର ଏହି ଯୋଜନା ପାଇଁ ୫୮.୯୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହି ପ୍ରକଳ୍ପ ଆସନ୍ତା ତିନି ବର୍ଷରେ ଅର୍ଥାତ ୨୦୨୫ ମସିହା ଅକ୍ଟୋବର ୧୩ ତାରିଖ ମଧ୍ୟରେ ସମାପ୍ତ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ମେଗାଲିଫ୍ଟ ପ୍ରକଳ୍ପ ପାଇଁ ସୁକତେଲ ନଦୀରୁ ଜଳ ଯୋଗାଣ ହେବ । ଏହି ପ୍ରକଳ୍ପ ଦ୍ବାରା ପାଟଣାଗଡ଼ ବ୍ଲକର ୨୦୦୦ ହେକ୍ଟର ଜମିରେ ଜଳସେଚନ ହେଇପାରିବ । ଏଥିରେ ବ୍ରାହ୍ମଣୀପାଲି, ଚନ୍ଦନଜୁରି, ବୁରଡାବାହଳ, ଡଙ୍ଗାବାହାଲ, ଖୁରିପାଣି, କୁଟୁର୍ଲା, ଲରମ୍ଭା ଗ୍ରାମବାସୀ ଉପକୃତ ହେବେ । ଜିଲ୍ଲାପାଳଙ୍କ ଅସ୍ଵାନ କକ୍ଷରେ ଜିଲ୍ଲାପାଳ ଚଞ୍ଚଲ ରାଣା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉମାଶଙ୍କର ସାହୁ, ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ ଏବଂ ପାଟଣାଗଡ଼ ବ୍ଲକ ମୁଖ୍ୟାଳୟରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ବିଡିଓ ସୁମନ ମିଞ୍ଜ, ବ୍ଲକ ଚେୟାରମ୍ୟାନ ନୀଳକଣ୍ଠ ବାଗ, ଏଇଇ ପ୍ରଫୁଲ କୁମାର ବେହେରାଙ୍କ ସହ ପାଟଣାଗଡ଼ର ଚାଷୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.