ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ରେଞ୍ଜ ଗୁଲମୀ ଜଙ୍ଗଲରେ ସାଙ୍ଗମାନଙ୍କ ସାଙ୍ଗରେ ଜାଳେଣି କାଠ ପାଇଁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବେଲପଦର ଗ୍ରାମର ଲୋଚନ ରାଉତ । ଖବର ପାଇ ଗାଁ ଲୋକେ ଲୋଚନକୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.