pr

ଗ୍ରାମୀଣ‌ ଡାକ ସେବକଙ୍କ ଧାରଣା ଜାରି

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳର ଆହ୍ୱନ କ୍ରମେ ଚନ୍ଦନଭାଟି ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ୭ଦଫା ଦାବୀ ନେଇ ଧାରଣା ବସିଛନ୍ତି । ଗତ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଦିନଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ପୋଷ୍ଟ ଅଫିସ କାମ ଏକ ପ୍ରକାର ଠପ୍ ହୋଇଯାଇଛି । ଗ୍ରାହକମାନେ ବହୁ ଅସୁବିଧା ଭୋଗୁଥିବା ଦେଖା ଦେଇଛି । ଏହି ଧାରଣାରେ ଚନ୍ଦନଭାଟି ଉପଡାକ ଘର ଅଧୀନରେ ଥିବା ୭ଟି ଶାଖା ଡାକଘର ଛତାମଖନା, ଝାଙ୍କରପାଲି, କୁଶଙ୍ଗ, କୁଶମେଲ, ମିର୍ଦ୍ଧାପାଲି, ସଦେଇପାଲି, ଏବଂ ତଲିଉଡାର ଗ୍ରାମୀଣ ଡାକସେବକ କୃଷ୍ଣ ଚନ୍ଦ୍ର ବିଭାର, ଆନନ୍ଦ ଷଡ଼ଙ୍ଗୀ, ରବିନ୍ଦ୍ର ସିଂହ, ବାସୁଦେବ ନାଗ, ଶ୍ୟାମସୁନ୍ଦର ପ୍ରଧାନ, ବିଶ୍ୱଜିତ ମାହାଣା, ଦେବାଶିଷ ମାଝୀ ପ୍ରମୁଖ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଅଛନ୍ତି ।

nrusinghnath
Leave A Reply

Your email address will not be published.