ମାଲପଡ଼ା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ମାଲପଡାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତାଗୁଡିକ କଚା, ଆବୁଠାବୁ ହୋଇ ରହିଛି । ଲୋକମାନେ ଏପରିକି ନାନା ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିକୁ ବହୁବାର ଲେଖି ଦିଆଯାଇଛି, କେବଳ ମ୍ୟୁନିସିପାଲିଟିରୁ ପ୍ରତିଶୃତି ମିଳୁଛି, କାର୍ଯ୍ୟ ହେଉନାହିଁ । ବାରମ୍ବାର ଅନୁରୋଧ ସତ୍ୱେ କିଛି ଫଳପ୍ରଦ ହେଉନାହିଁ । ଏହା ବ୍ୟତୀତ ନାଳ, ନର୍ଦ୍ଦମାଗୁଡିକ ନିୟମିତ ସଫା କରାଯାଉନାହିଁ । ଏଣୁ ମଶା ମାଛିର ପ୍ରାଦୁର୍ଭାବ ବଢି ଚାଲିଛି । ମେଲେରିଆ ଆଦି ରୋଗରେ ପିଡିତ ହେଉଛନ୍ତି । ମ୍ୟୁନିସିପାଲିଟି ଏହାର ଉଚିତ ପଦକ୍ଷେପ ନେବା ପାଇଁ ଅନୁରୋଧ । ମାଲପଡା ସ୍କୁଲର ଦୁର୍ଦ୍ଦଶା ନ କହିଲେ ଭଲ । କାରଣ ସ୍କୁଲ ଗୃହ ଭାଙ୍ଗି ଗଲାଣି । ସ୍କୁଲର ଦକ୍ଷିଣ ଓ ପୂର୍ବ ଦିଗ ପାଚେରୀମାନ ଭାଙ୍ଗି ଗଲାଣି । ପଢା କୋଠରୀମାନ ନାହିଁ । ଦୁଇ ଶ୍ରେଣୀ ପିଲା ଗୋଟିଏ କୋଠରୀରେ ବସୁଛନ୍ତି । ଏଣୁ ପଢାରେ ଅସୁବିଧା ହେଉଛି । ଏଣୁ ଶିକ୍ଷା ବିଭାଗ ଏହାର ଉଚିତ୍‌ ପଦକ୍ଷେପ ନେବାକୁ ଅନୁରୋଧ । ମାଲପଡାର ବିଶିଷ୍ଟ ପୁରୁଣା କଳାକାରମାନଙ୍କୁ ସମ୍ମାନିତ କରାଯିବାକୁ ପ୍ରସ୍ତାବ ନିଆଯାଇଥିଲା । ସଭାରେ ପ୍ରଫେସର ତରୁଣ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ପଂଚାନନ ସେଠ, ଦିବାକର ହୋତା, ଆକୁଳ ବେହେରା, ବସୁଦେବ ନାଗ, ଦେବଜ୍ୟୋତି ଯୋଷୀ ଓ ବହୁ ଅନ୍ୟାନ୍ୟ ସଭ୍ୟ ଆଲୋଚନାରେ ଭାଗ ନେଇଥିଲା । ଶେଷରେ ଶ୍ରୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.