ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ କନ୍ୟା ଶିବିର ଆୟୋଜିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାଠାରେ କନ୍ୟା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ସଂକୁଳ ପ୍ରମୁଖ କମଳ ଲୋଚନ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଉଦ୍ଦେଶ୍ୟ କଥନ କରିଥିଲେ । ଏହି ଶିବିରରେ ଡାକ୍ତର ସୁଚରିତା ସାମଲ ଏବଂ ଅଙ୍ଗନବାଡି କର୍ମୀ ପଲ୍ଲବୀ ମିଶ୍ର ଯୋଗଦେଇ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ପିଠା ମଣ୍ଡା ପ୍ରଦର୍ଶନୀ, ରଙ୍ଗୋଲୀ ପ୍ରତିଯୋଗିତା, ଝୋଟିଚିତା ପ୍ରତିଯୋଗିତା ଏବଂ ମେହେନ୍ଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.