ବିବାହ ପ‌ରେ ବର-ବଧୂ ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କା ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ଆଜି ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । କାରକୁ ଟ୍ରକ ଧକ୍କା ଦେବା ଫଳରେ ଘଟିଥିବା ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବଲୌଦାରେ ବସବାସ କରୁଥିବା ଶୁଭମ ସୋନି ଓ ଶିବରିନାରାୟଣରେ ରହୁଥିବା ନେହାଙ୍କ ବିବାହ ଶନିବାର ରାତିରେ ସମ୍ପର୍ଣ୍ଣ ହୋଇଥିଲା। ଏହାପରେ ରବିବାର ସକାଳେ ଶୁଭମ ନୂଆବୋହୂକୁ ଧରି ଘରକୁ ଫେରୁଥି‌ଲେ । କାରଟି ରାମଗଢ଼ରୁ ଅକଲତରା ଅଭିମୁଖେ ଯାତ୍ରା କରୁଥିଲା, ହଠାତ ବର-ବଧୂ ଥିବା କାରଟି ଟ୍ରକ ସହିତ ଧକ୍କା ହୋଇଥିଲା। ମୁଲମୁଲା ଥାନା ପକରିଆ ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକ ଏହି ଦୁର୍ଘଟଣାର ସୂଚନା ପୁଲିସକୁ ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କାର ଭିତ‌ରେ ଫସିଥିବା ‌ଲୋକଙ୍କୁ ପୁଲିସ କାଢ଼ି ବାହାର କରିଥିଲା । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ରାମଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସମସ୍ତ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯିବା ସହିତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା

Leave A Reply

Your email address will not be published.