ଗଞ୍ଜେଇ ଚାଲାଣ : ଦୁଇ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି ଲୋଇସିଂହା ଅବକାରୀ ବିଭାଗ । ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗିର ଟାଉନ ବରପାଲି ପଡ଼ାର ପ୍ରତାପ ରାଉଳ ଏବଂ ଖଲିଆପାଲିର ଆଶିଷ ସେଠୀ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଲୋଇସିଂହା ଅବକାରୀ ଥାନା ଏସ୍‌ଆଇ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଅବକାରୀ ଷ୍ଟାଫ୍‌ ସ୍ଥାନୀୟ ବ୍ଲକ ଛକଠାରେ ଛକି ରହିଥିଲେ । ଏହି ସମୟରେ ଏକ ଟିଭିଏସ୍ ଜୁପିଟର୍‌ ସ୍କୁଟିକୁ ଅବକାରୀ ବିଭାଗ ଅଟକାଇବା ସହିତ ସେଥିରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲା । ଏଥିସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.