ହାତୀ ଆକ୍ରମଣରେ ନର୍ଲା ରେଞ୍ଜ ଅଧିକାରୀ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ନର୍ଲା ରେଞ୍ଜ ଅଧିକାରୀ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମତେ ଆଜି ସକାଳୁ ରେଞ୍ଜ ଅଧିକାରୀ ପ୍ରଶାନ୍ତ ପାଳ ନିଜ ରେଞ୍ଜ ଅନ୍ତର୍ଗତ ଆମପଡା ଜଙ୍ଗଲ ଭିତରକୁ ସଦଳେବଳେ ଯାଇଥିବା ବେଳେ ଅଚାନକ ରେଞ୍ଜ ଅଧିକାରୀ ବଣୁଆ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ ନର୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.