pr

ବଲାଙ୍ଗିର ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌ ଜୀବଦିଶ ପାତ୍ର ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌ ଜୀବଦିଶ ପାତ୍ର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଆଦର୍ଶପଡ଼ା ସ୍ଥିତ ତାଙ୍କ ଘର, ସଂପର୍କୀୟଙ୍କ ଘର, କଲେଜ ଛକ ସ୍ଥିତ ଅଫିସ୍‌ ଏବଂ ପୁଇଁନ୍ତଲା ବ୍ଲକ୍‌ ଶିକାବାହେଙ୍ଗା ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି । ସମ୍ବଲପୁର, ସୋନପୁର ଏବଂ ବଲାଙ୍ଗିର ଭିଜିଲାନ୍ସ ବିଭାଗର ତିନୋଟି ଟିମ୍‌ ଚଢ଼ଉରେ ସାମିଲ୍‌ ହୋଇଛନ୍ତି ।

ତେବେ ସଂପୃକ୍ତ ଜୀବଦିଶ ପାତ୍ରଙ୍କ ଦ୍ୱାରା ଗଚ୍ଛିତ ଥିବା ସଂପତ୍ତି ଯଥା, ନଗଦ ଟଙ୍କା, ସୁନା, ବ୍ୟାଙ୍କ ଆକାଉଣ୍ଟ, ଇନ୍‌ସ୍ୟୁରାନ୍ସ କାଗଜପତ୍ର ଆଦିର ଜୋର୍‌ସୋର୍‌ ତଦନ୍ତ ଜାରି ରହିଥିବା ବେଳେ ଶ୍ରୀ ପାତ୍ରଙ୍କ ଠାରୁ ଆୟ ବହିର୍ଭୂତ ସଂପତ୍ତିର ସଠିକ୍‌ ଆକଳନ ଏତେବେଳ ପର୍ଯ୍ୟନ୍ତ ମିଳି ପାରିନାହିଁ ।

nrusinghnath
Leave A Reply

Your email address will not be published.