ଟିଟିଲାଗଡରେ ଆୟକର ବିଭାଗର ହୋଇଥିବା ଚଢଉରେ ମିଳିଛି ୧୧ କୋଟି ଟଙ୍କା : ସୂଚନା ଦେଲେ ଏସ୍‌ବିଆଇ ଉପ ମହାପ୍ରବନ୍ଧକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିନକୁ ଦିନ ଚଢ଼ାଉ ଟଙ୍କା ପରିମାଣ ଜାଣି ଲୋକେ ହତବାକ ହେଉଛନ୍ତି । ରାଜ୍ୟର ୮୪ଟି ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଥିବା ବେଳେ ସେହି କ୍ରମରେ ଟିଟିଲାଗଡ଼ ମଦଭାଟି ମାଲିକଙ୍କ ଘରେ ମଧ୍ୟ ଚଢ଼ାଉ କରଯାଇଥିଲା । ତେବେ ଆଜି ବଲାଙ୍ଗିରକୁ ଏସ୍‌ବିଆଇର ଉପମହାପ୍ରବନ୍ଧକ ମନମୋହନ ସ୍ୱାଇଁ ପହଂଚି ଆୟକର ବିଭାଗର ଚଢଉରେ ଜବତ ହୋଇଥିବା ଟଙ୍କା ଟିଟିଲାଗଡ ଷ୍ଟେଟ ବ୍ୟାଙ୍କରେ ଗଣତି ସରିଥିବା ବେଳେ ଏହାର ପରିମାଣ ଏଗାର କୋଟି ଟଙ୍କା ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ଼ରେ ଟଙ୍କା ଗଣତି ସରିବା ପରେ ଟଙ୍କା ଗଣା ମେସିନ୍‌ ଓ ବଣ୍ଡଲ ବନ୍ଧା ମେସିନ୍‌କୁ ବଲାଙ୍ଗିର ପଠାଯାଇଛି । ତେବେ ଟିଟିଲାଗଡ଼ ମଦଭାଟିରୁ ଜବତ ହୋଇଥିବା ଟଙ୍କା ରୀତେଶ ସାହୁଙ୍କ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇ ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା । ତାଙ୍କ ଘରୁ କାହାଠାରୁ କେତେ ଟଙ୍କା ମିଳିଛି, ଆୟକର ବିଭାଗ ପକ୍ଷରୁ ସେ ସଂପର୍କରେ କିଛି ସୁଚନା ମିଳିପାରିନାହିଁ । ଆଗକୁ ଆଉ କେତେ ଟଙ୍କା, କାହାଠୁ ଜବତ ହେବ ଦେଖିବାକୁ ରହିଲା ।

Leave A Reply

Your email address will not be published.

error: Content is protected !!