csstore

ବାଇକ୍‌ରୁ ପଡ଼ି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହାଘରୁ ଫେରିବା ବେଳେ ବାଇକ୍‌ରୁ ପଡ଼ି ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଶୁଖା ଗାଁରୁ ପତିପତ୍ନୀ ମିଶି ବାଇକ୍‌ ଯୋଗେ ନିକଟସ୍ଥ ତହସିଲ୍‌ଦାର୍‌ପାଲିକୁ ଯାଇ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ବୁର୍ଡା ଗାଁ ଛକ ପାଖରେ ପତ୍ନୀ ପଙ୍କଜିନୀ ମେହେର(୪୬)ଙ୍କ ମୁଣ୍ଡ ବୁଲାଇବାରୁ ସେ ବାଇକ୍‌ରୁ ପଡ଼ି ଗୁରୁତର ହୋଇ ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ତେବେ ତୁରନ୍ତ ତାଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.