ଗାଡିରେ ଗୁଟ୍‌ଖା ଖାଇବା ପଡିଲା ମହଙ୍ଗା

ବାରଙ୍ଗ : ରସୁଲଗଡ଼ରୁ କଟକ ଆଡକୁ ଯାଉଥିଲା ଏକ ଟାଟା ନେକ୍ସନ କାର୍‌ । ଏହି ସମୟରେ ଗାଡି ଚାଳକ ଗୁଟ୍‌ଖା ଖାଇବାକୁ ଚେଷ୍ଟା କରିଥିଲେ । ହେଲେ ଗୁଟ୍‌ଖା ଖାଇବା ପଡିଛି ମହଙ୍ଗା । କାର୍‌ ଚାଳକ ଭାରସାମ୍ୟ ହରାଇ ପଳାସୁଣି ଛକରେ ଛିଡା ହୋଇଥିବା ଏକ ଓ୍ୱାଗନର କାର୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ପାର୍କିଂରେ ଥିବା କାର୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଛି । ହେଲେ ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକ ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ଆଉ ଉଭୟ ଗାଡିକୁ ଜବତ କରି ଥାନାକୁ ନେଇଛି ।

Leave A Reply

Your email address will not be published.