କରାଟେ ସ୍କୁଲ ତରଫରୁ ବେଲ୍ଟ ଗ୍ରେଡିଂ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ଛକରେ ଥିବା କରାଟେ ସ୍କୁଲରେ ବେଲ୍ଟ ଗ୍ରେଡିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତଥା କରାଟେ ସ୍କୁଲର ମୁଖ୍ୟ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବେଲ୍ଟ ଟେଷ୍ଟ ପରୀକ୍ଷାରେ ମୋଟ ୫୯ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସାଇଶ୍ରୀୟା ମହାକୁର ଗ୍ରୀନ ବେଲ୍ଟ, ପ୍ରାଚୀ ବେହେରା ବ୍ରାଉନ୍‌ ବେଲ୍ଟ, ସ୍ନିଗ୍ଧାସ୍ୱରୁପା ପଣ୍ଡା, ଅର୍ଚିଶା ବହିଦାର, ସ୍ନେହା ଫରିକର ଓ ମିଥିଲେଶ ବେହେରା ଗ୍ରୀନ ବେଲ୍ଟ, ସୁହାନି ପଣ୍ଡା ଗ୍ରୀନ ବେଲ୍ଟ, ଆୟୁଷ ମାଝି, ଅୟୁଷ୍ମାନ ଓମ୍‌କାର ସାହୁ ଓ ସାନଭି ଅଗ୍ରୱାଲ ୟଲୋ ବେଲ୍ଟ ପାଇବାରେ ସକ୍ଷମ ହୋଇଥିଲେ । ଏହି ଅବସରରେ ଆନ୍ତର୍ଜତିକ ସ୍ୱର୍ଣ୍ଣ ପଦକ ବିଜେତା ତଥା କରାଟେ କୋଚ ଅସୀମ ଭୋଇ କହିଛନ୍ତି ଯେ କରାଟେ ସ୍କୁଲର ନିଜସ୍ୱ ପ୍ରଶିକ୍ଷଣ କେନ୍ଦ୍ର ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଓ ଏଥି ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲା କରାଟେ ସଂଘ ତରଫରୁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.