csstore

‘କୋଶଳ ପ୍ରବାହ’ରେ ଖବର ଦେଖି ମନ୍ତ୍ରୀ କଳାକାରଙ୍କୁ ଡାକି କାର୍ଯ୍ୟାଳୟରେ କଲେ ସାକ୍ଷାତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୀପାବଳି ପାଳନ ଅବସରରେ ଟିଟିଲାଗଡ ନିକଟସ୍ଥ ବେଲ ପଦର ଗ୍ରାମର କ୍ଷୀରୋଦ ନାଗ ବିଭିନ୍ନ ରଙ୍ଗର ମୁରୁଜ ସାହାଯ୍ୟରେ ଏକ ରଙ୍ଗୋଲି ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଚିତ୍ର ଆଙ୍କି ତାଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ସେହି ରଙ୍ଗୋଲିକୁ ଟିଟିଲାଗଡ଼ର ସାମ୍ୱାଦିକ ସଞ୍ଜୟ କୁମାର ନାୟକ ରଙ୍ଗୋଲି ସମ୍ବନ୍ଧିତ ଏକ ଖବର ପ୍ରସାରଣ କରିଥିଲେ ‘କୋଶଳ ପ୍ରବାହ’ରେ । ଖବର ପ୍ରସାରଣ ହେବା ପରେ ‘କୋଶଳ ପ୍ରବାହ’ର ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ ମନ୍ତ୍ରୀ ବୁଧୁବାର ଦିନ ସେହି କଳାକାର କ୍ଷୀରୋଦ ନାଗଙ୍କୁ ସାଙ୍ଗରେ ଆଣିବାକୁ କହିଥିଲେ । ସେଠାରେ ମନ୍ତ୍ରୀ କ୍ଷୀରୋଦଙ୍କୁ ପ୍ରଶଂସା କରି ଆହୁରି ଭଲ ପ୍ରଦର୍ଶନ କରି ଟିଟିଲାଗଡ଼ର ନାଁ କର ବୋଲି କହିଥିଲେ । ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ହେବା ଯୋଗୁଁ ଆମେ ଆମ ଅଞ୍ଚଳର ଆଉ ଏକ କଳାକାର ବିଷୟରେ ଜାଣି ପାରିଲୁ, ଏମିତି କାର୍ଯ୍ୟ କରିଥିବା ଯୋଗୁଁ ‘କୋଶଳ ପ୍ରବାହ’ ଖବର ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ କ୍ଷୀରୋଦ ମନ୍ତ୍ରୀଙ୍କ ଏକ ପେଣ୍ଟିଂ ଫଟୋ ପ୍ରସ୍ତୁତ କରି ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.