csstore

ଆର୍‌ଇସି କ୍ୟାମ୍ପସ୍‌ରେ ପୁନିତ ସାଗର ଅଭିଯାନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ୍‌ ଏନ୍ଆଇଟି ତରଫରୁ ଏନ୍‌ସିସି କେଡେଟ୍‌ ମାନଙ୍କ ଗହଣରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ ପତିଙ୍କ ଉପସ୍ଥିତିରେ ଶିକ୍ଷକ ତଥା ଏସୋସିଏଟ୍‌ ଫ୍ଲାଇଙ୍ଗ୍‌ ଅଫିସର ସରୋଜ କୁମାର ଜେନାଙ୍କ ବଳିଷ୍ଠ ସହଯୋଗରେ ବୈକୁଣ୍ଠ ଘାଟ, ସେକ୍ଟର୍‌ -୨୦ ପୁନିତ ସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ନଦୀ କୂଳ, ରାସ୍ତା ଘାଟସ ସଫେଇ କରାଯାଇଥିଲା । ଏଥିରେ ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷର ଏନ୍‌ସିସି କେଡେଟ୍‌ ୪୫ ଜଣ ଭାଗ ନେଇଥିଲେ । ସ୍ବଚ୍ଛତା ଦୃଷ୍ଟିରୁ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ପ୍ରଶଂସା ହୋଇଥିଲା, ଏଥିରେ ଅଜୟ କୁମାର ରାଉତ, ମିନତୀ ଖମାରୀ, ନମିତା ଦନ୍ତା, ଛଵିରାଣୀ ପ୍ରଧାନ, ଭରତ ସେଠୀ, ସାଗର ପରିଡା, ଵିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ଇତ୍ୟାଦି ସହଯୋଗ କରିଥିଲେ । ଛାତ୍ର ଛାତ୍ରୀମାନଙ୍କୁ ଭବିଷ୍ୟତରେ ଦେଶ ପ୍ରତି ଏମିତି କାର୍ଯ୍ୟକ୍ରମ ଵାସ୍ତଵରେ ଆଦରଣୀୟ ।

jayashree
Leave A Reply

Your email address will not be published.