ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ୧୭ଟି ଜଳାଶୟକୁ ଶୀତଦିନେ ଅନେକ ବିରଳ ପକ୍ଷୀ ଆଗାମନ କରିଥାନ୍ତି । ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଏହି ବିରଳ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ସ୍ଥାନୀୟ ଡିଏଫ୍ଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅସାଧୁତା ଶିକାରୀମାନେ ନିରୀହ ପକ୍ଷୀମାନଙ୍କୁ ଅବାଧ୍ୟ ଶିକାର କରୁଛନ୍ତି । ଉକ୍ତ ନବଗତ ପକ୍ଷୀମାନଙ୍କୁ ଆସୁଥିବାରୁ ପରିବେଶ ଓ ପକ୍ଷୀ ପ୍ରେମୀମାନେ ବଲାଙ୍ଗିର ଜନସାଧାରଣ ଦେଖି ଆସୁଛନ୍ତି । ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ପାଇଁ ଦାବୀ କରୁଛି । ଅନେକ ପ୍ରଜାତିର ପକ୍ଷୀମାନେ ଜଳାଶୟମାନଙ୍କୁୁ ଆଗମନ କରୁଥିବା ବେଳେ ତାଙ୍କୁ ସୁରକ୍ଷିତ କରିବା ପାଇଁ ପକ୍ଷୀ ପ୍ରେମୀମାନେ ଦାବୀ କରି ଆସୁଛନ୍ତି । ଦୀର୍ଘ ଦୁଇରୁ ତିନି ମାସ ଯାଏ ଆଗମନ ଚାଲିଥିବା ବେଳେ ବେଧଡକ ଶିକାର ଚାଲିଛି ଏବଂ ବଲାଙ୍ଗିର ସହରର କଦଲିମୁଣ୍ଡା ନର୍ସରୀ ଗଳା ବେଳେ ରାସ୍ତାରେ ବ୍ରଜଧାମ ଗଲା ବେଳେ ୭କିମି ପ୍ରକୃତିର ଝରଣା ଆବିର୍ଭାବ ହୋଇଥିବା ଛୋଟ ହରିଶଙ୍କରର ଅସମାଜିକ ଲୋକଙ୍କ ଆର୍ଡା ପାଲଟିଛି । ବିଭିନ୍ନ ପ୍ରଜାତିର ପକ୍ଷୀମାନେ ଆଗମନ କରିଥିବା ବେଳେ ହିଂସ୍ର ଜୀବଜନ୍ତୁ ମଧ୍ୟ ଅଛନ୍ତି । ଏମାନଙ୍କୁ ବଲାଙ୍ଗିର ସହରର ଆଖପାଖ ଗାଁ ଲୋକେ ମଧ୍ୟ ଜଙ୍ଗଲକୁ ଯାଇ ମଦ୍ୟପାନ କରୁଛନ୍ତି ଏବଂ ଗଛ କାଟି ପରିବେଶ ନଷ୍ଟ କରୁଛନ୍ତି । ଏ ଜାଗାକୁ ନିଷେଧାଂଚଳ କଲେ ଜୀବଜନ୍ତୁ ସୁରକ୍ଷିତ ରହିବା ସହିତ ପରିବେଶ ସୁରକ୍ଷିତ ରହିବ ଏବଂ ବଲାଙ୍ଗିର ସହରଠାରୁ ୧୨କିମି ଦୂରରେ ଥିବା ତାଲଝରନ୍ ଖର୍ସେଲ ଜଙ୍ଗଲ ମଧ୍ୟରେ ଥିବା ରାଜା ରାଜୁଡା ଅମଳରୁ ଶିକାର ସ୍ଥଳକୁ ବିଭିନ୍ନ ହିଂସ୍ର ଜୀବଜନ୍ତୁ ଏବଂ ପକ୍ଷୀ ରହୁଥିବା ବେଳେ ଆଖପାଖ ଗାଁ ଲୋକ ଜଙ୍ଗଲ କାଟି ନଷ୍ଟ କରି ଦେଉଥିବାରୁ ଏହାକୁ ମଧ୍ୟ ସୁରକ୍ଷା ହେତୁ ନିଷେଧାଂଚଳ ଘୋଷଣା କରାଯାଉ ବୋଲି ଶମ୍ଭୁ ପ୍ରସାଦ ଶତପଥୀ, ପ୍ରଶାନ୍ତ ମହାକୁର, ସୁଦର୍ଶନ ସାହୁ, ଅମର କର ଦାବୀ ପ୍ରଦାନ କରିଥିଲେ । ଏହି ସବୁ ଦାବୀକୁ ସକାରାତ୍ମକ ଭାବେ ବିଚାର କରିବେ ବୋଲି ଡିଏଫ୍ଓ ନିତିଶ କୁମାର କହିବା ସହ ଜଳାଶୟର ପକ୍ଷୀଙ୍କ ସୁରକ୍ଷା ପାଇଁ ସଚେତନତା ପୂର୍ବକ ବନ୍ଧ ହିଡମାନଙ୍କରେ ନୋଟିସ ବୋର୍ଡ ଲଗାଯିବା ସହ ବିରଳ ପକ୍ଷୀ ଶିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ପୁନଶ୍ଚ ବଲାଙ୍ଗିର ସହର ନିକଟସ୍ଥ ଜଙ୍ଗଲକୁ ନିଷିଦ୍ଧାଂଚଳରେ ପରିଣତ କରାଯିବ ବୋଲି ସେ କହିଥିଲେ । ବଲାଙ୍ଗିର ଜିଲ୍ଲାରେ ପଶୁପକ୍ଷୀଙ୍କୁ ସମ୍ପୁର୍ଣ୍ଣ ସୁରକ୍ଷା ଦେବା ପାଇଁ ସେ ପ୍ରୟାସ କରିବେ ବୋଲି କହିବା ସହ ପଶୁପକ୍ଷୀଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ ।