ବାଇକ୍‌ ଧକ୍କାରେ ଦେକାନୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ପଟୁ କ୍ଷୀପ୍ର ବେଗରେ ମାଡ଼ି ଆସୁଥିଲା ବାଇକ୍‌ । ଦୋକାନ ବନ୍ଦ କରି ଲିଙ୍ଗରାଜ ପଟେଲ(୫୨) ବାଇକ୍‌ ଧରି ମୁଖ୍ୟ ରାସ୍ତାକୁ ବାହାରିବା ବେଳେ କ୍ଷୀପ୍ର ବାଇକ୍‌ର ମୁହାଁମୁହିିଁ ହୋଇ ଗୁରୁତର ଭାବେ ଆହତ ହୋଇପଡ଼ିଥିବା ଜଣାପଡ଼ିଛି । ଲିଙ୍ଗରାଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ରେଫର୍‌ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.