କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୁଆଁରମୁଣ୍ଡା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପ୍ରତିଭାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧୮ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରକଳ୍ପ ମଧ୍ୟରୁ ସ୍ୱାସ୍ଥ୍ୟ ଓ ସ୍ୱାଛତା ପ୍ରକଳ୍ପ ପ୍ରଥମ ସ୍ଥାନ, ସୋଲାର ସିଷ୍ଟମ ଦ୍ୱିତୀୟ ସ୍ଥାନ ଓ ଚନ୍ଦ୍ରଯାନ ତୃତୀୟ ସ୍ଥାନ ଅଧିକାର କରିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭିଷଣ ତନ୍ତୀ ଛାତ୍ର ଛାତ୍ରୀମାନଙ୍କ ବୈଜ୍ଞାନିକ ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.