oom

ନୂଆଦିଲ୍ଲୀରେ କୋଶଳ ମହାବନ୍ଦର ପ୍ରଭାବ

jsmm

ନୂଆଦିଲ୍ଲୀ : ଆଜି ୱେଷ୍ଟର୍ନ ଓଡିଶା ଷ୍ଟୁଡେଣ୍ଟ୍ ଫୋରମ୍, ନୂଆଦିଲ୍ଲୀ ତରଫରୁ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ସ୍ଵତନ୍ତ୍ର କୋଶଳ ରାଜ୍ୟ ପାଇଁ ଦିଆଯାଇଥିବା ବନ୍ଦ ଡାକରା ସମର୍ଥନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଟସ୍ ଫାକଲ୍ଟୀ ପରିସରରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦିଲ୍ଲୀର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପଢୁଥିବା ପଶ୍ଚିମ ଓଡ଼ିଶା ତଥା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ, ବୁଦ୍ଧଜୀବୀ ଏବଂ ଗବେଷକ ମାନେ ଏଥିରେ ବହୁମାତ୍ରାରେ ଅଂଶଗ୍ରହଣ କରିଥିଲେ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨ ଏବଂ ୩ ଅନୁସାରେ ଏକ ସ୍ଵତନ୍ତ୍ର ରାଜ୍ୟର ଦାବୀକୁ ସାମ୍ବିଧାନିକ ଦର୍ଶାଇ ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ଶିକ୍ଷା, ଶିଳ୍ପ, ଅର୍ଥନୀତି ପ୍ରତି ସର୍ବଦା ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ନେଇ ଛାତ୍ରମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଲୋକଙ୍କ ଭାବାବେଗ ସହିତ ଜଡିତ ନେଇ ପ୍ରତ୍ୟେକଟି ଆନ୍ଦୋଳନରେ ଛାତ୍ର ସଂଗଠନ ପ୍ରମୁଖ ସାମିଲ୍ ହେବା ସହିତ ଏଥିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଛାତ୍ରମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ପ୍ରଫେସର ତିଳ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଲୋଚନାରେ ଅନ୍ୟମାନଙ୍କ ସହିତ ସୁମନ୍ତ ସାହୁ, ପବିତ୍ର ସାହା, ସୌମ୍ୟ ରଂଜନ ବଡ଼ପଣ୍ଡା, ରଜତ ସାହୁ, ରାହୁଲ ମେହେର, ପଦ୍ମନାଭ ପଧାନ, ସତ୍ୟଜିତ ଧରୁଆ, ପଦ୍ମନାଭ ଚୌହାନ, ରୋହିତ ନାୟକ, ମୁକେଶ ସାହୁ, ରୁବି, ଝିଲି, ଅନିତା, ମଞ୍ଜୁ ଏବଂ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.