ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର କର୍ମକର୍ତ୍ତା ସମ୍ମିଳନୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ତରଫରୁ ଆଜି ଧାନକେରା ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଓ ମୁଖ୍ୟ ଉପଦେଷ୍ଟା ଜନ୍ମେୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗୋଦେଇ, ଆଗାମୀ ଦିନରେ ଧାନକେରା ପଞ୍ଚାୟତରେ ସଂଗଠନକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ବୁଥରେ‌ ବୁଥ କମିଟି ଗଠନ କରିବା ସହ‌ କିଛି କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଦାଇତ୍ୱ ପ୍ରଦାନ କରାଯାଇଛି । ଯଥା‌ ସାଧୁଚରଣ‌ ସେନାପତିଙ୍କୁ ପଞ୍ଚାୟତ ସଭାପତି, ବିଷ୍ଣୁ ଚରଣ ପ୍ରଧନଙ୍କ ପଞ୍ଚାୟତ ଯୁବ ମୋର୍ଚ୍ଚା ସଭପତି‌, ମଣି ଜେନାଙ୍କୁ ମହିଳା ମୋର୍ଚ୍ଚା ସଭାପତି, ଚୈତନ୍ୟ ସ୍ୱାଇଁଙ୍କୁ ଓବିସି ମୋର୍ଚ୍ଚା ସଭାପତି, ନିମାଇ ଚରଣ ସ୍ୱାଇଁଙ୍କୁ କୃଷକ‌ ମୋର୍ଚ୍ଚା ସଭାପତି, ବିଦ୍ୟାଧର ସେଠୀଙ୍କୁ ଦଳିତ ମୋର୍ଚ୍ଚା ସଭାପତି ଭାବେ ବିଧିବଦ୍ଧ ଭାବେ ଦାୟିତ୍ଵ ସଂଗଠନ ତରଫରୁ ଦିଆଯିଵା ସହ ସମସ୍ତ କାର୍ଯ୍ୟକତ୍ତାଙ୍କୁ ନେଇ‌ ପଞ୍ଚାୟତରେ ବିଭନ୍ନ ସମସ୍ୟା ଭିତରେ ଥିବା ଲୋକଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତରୁ ନେଇ ବ୍ଲକ୍ ପର୍ଯ୍ୟନ୍ତ ଆନ୍ଦୋଳନ କୋରାଯିବ ବୋଲ‌ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଚେତାବନୀ ଦେଇଥିଲେ । ଏହି ବୈଠକରେ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର ଅନେକ ସଦସ୍ୟ ଯଥା ସୁରେନ୍ଦ୍ର ପାତ୍ର, ସୁଧୀର ସହୁ, ବିଚିତ୍ର ସ୍ୱାଇଁ , ବଳଭଦ୍ର ସ୍ୱାଇଁ, ଜ୍ୟୋତିର୍ମୟୀ ପରିଡ଼ା,‌ ସ୍ୱଧିନ ବେହେରା, ପ୍ରମୋଦ ବାରିକ୍, ସୁଧୀର ବିଶ୍ୱଳ,‌ ସୁରେଶ ବିଶୋଇ, ନନ୍ଦ କିଶୋର ‌ପ୍ରଧାନ, ପ୍ରକାଶ ନାୟକ, ବିଜୟ ସାହୁ, ପ୍ରଦ୍ୟୁମ୍ନ ନାୟକ, ଗଦାଧର ଜେନା, ପ୍ରମୁଖ ସତାଧିକ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ ଏବଂ ଆଗାମୀ ଦିନରେ ସଂଗଠନକୁ ଆଗକୁ ନେବାକୁ ଶପଥଗ୍ରହଣ କରିଥିଲେ ।

Leave A Reply

Your email address will not be published.