ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୁଖାପିନ୍ଧା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କିଛି ନା କିଛି ଅପରାଧ ଘଟୁଥିବା ବେଳେ ଆଜି ମଧ୍ୟ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଲହୁ ଲୁହାଣ କରି ଘଟଣାସ୍ଥଳରୁ ଫେରାର୍‌ ମାରିଛନ୍ତି । ଗୁରୁତର ଯୁବକ ଜଣକ ବଲାଙ୍ଗିର ସହରର ଶାସ୍ତ୍ରୀନଗରର ରାଜା ଭାଟି (୨୫) ବୋଲି ଜଣାପଡିଛି । ଦେଖଣାହାରୀଙ୍କ କହିବାନୁସାରେ ରାଜା ଓ ତାଙ୍କ ସାଙ୍ଗ ରେଡ଼ିଓ ଷ୍ଟେସନ ନିକଟରେ ଥିବା ବେଳେ ୭ରୁ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ରାଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହି ସମୟରେ ରାଜାଙ୍କ ପାଖରେ ଥିବା ତାଙ୍କ ସାଙ୍ଗ ରାଜାଙ୍କୁ ବଂଚାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ ଦୁର୍ବୃତ୍ତମାନେ । ଗୁରୁତର ଅବସ୍ଥାରେ ରାଜା ଓ ତାଙ୍କ ସାଙ୍ଗକୁ ପୋଲିସ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ଅନ୍ୟପଟେ ଏହି ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ପୋଲିସ ହାତରେ ଲାଗିଥିବା ସୂଚନା ରହିଛି । ତେବେ ଦେଖାଯାଉ ପୋଲିସର ତଦନ୍ତ କେତେ ଦୂର ।

Leave A Reply

Your email address will not be published.