oom

ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ର ଦ୍ୱିତୀୟ କେବିନେଟ ମିଟିଂ ଅନୁଷ୍ଠିତ

jsmm

ବଲାଙ୍ଗିର, (ସଞ୍ଜୟ କୁମାର ନାୟକ) : ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ ଦ୍ୱିତୀୟ କେବିନେଟ ମିଟିଂ ବଲାଙ୍ଗିରର ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା ଗଭର୍ଣ୍ଣର ପ୍ରବୀଣ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୟମୁନା ପ୍ରସାଦ ଗୋୟଲ, ପ୍ରଥମ ଉପ ଗଭର୍ଣ୍ଣର ପ୍ରଦୀପ ଅଗ୍ରୱାଲ, ଦ୍ୱିତୀୟ ଉପ ଗଭର୍ଣ୍ଣର ଶ୍ରୀମତୀ ମମତା ଗୌତମ, କେବିନେଟ ସମ୍ପ।ଦକ ରାଜେଶ ଅଗ୍ରୱାଲ, କୋଷାଧ୍ୟକ୍ଷ ଅମିତ ଅଗ୍ରୱାଲ, ଆୟୋଜକ ବଲାଙ୍ଗିର କ୍ଳବର ସମ୍ପାଦକ ସୁମିତ ଚୌଧୁରୀ ମଞ୍ଚ।ସୀନ ହୋଇଥିଲେ । ସଭା ପରିଚାଳନା କରିଥିଲେ ଲାୟନ ଦୁର୍ଗା ପାଣିଗ୍ରାହୀ । ଏହି କେବିନେଟ ବୈଠକରେ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସଂଜୟ ସାହୁ ଓ ବ୍ରିଜ ମୋହନ ଅଗ୍ରୱାଲଙ୍କ ସମେତ ବିଭିନ୍ନ କ୍ଲବର ସଦସ୍ୟ ସମେତ ରିଜନ ଓ ଜୋନାଲ ଚେୟାର ପର୍ସନ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଲାୟନ୍ସ କେବିନେଟ ସଦସ୍ୟ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମକୁ ଆୟୋଜକ ବଲାଙ୍ଗିର ଲାୟନ୍ସ କ୍ଳବ ଓ ଲିଓ କ୍ଳବର ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.