ବାଙ୍ଗଲାଦେଶରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା : ୨୦ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ : ପାସେଞ୍ଜର ଓ ମାଲଗାଡ଼ି ଦୁର୍ଘଟଣାରେ ୨୦ ମୃତ । ସୋମବାର, ବାଙ୍ଗଲାଦେଶର କିଶୋରଗଞ୍ଜରେ ଏକ ଟ୍ରେନ୍‌ ଏବଂ ମାଲଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ରାଜଧାନୀ ଢାକାଠାରୁ ପ୍ରାୟ ୮୦ କିଲୋମିଟର ଦୂର ଭୈରବ ଅଞ୍ଚଳରେ ହୋଇଛି ।

ସ୍ଥାନୀୟ ଗଣମାଧ୍ୟମ ଘଟଣାସ୍ଥଳ​ରେ ଥିବା ଲୋକଙ୍କ କହିବା ଅନୁଯାୟୀ ଅନେକ ଲୋକ ଆହତ ହୋଇଥିବା ଆଶଙ୍କା ରହିଛି । ଏବେ ବି ଅନେକ ଲୋକ ଟ୍ରେନ୍‌ ତଳେ ଫସିଥିବା କୁହାଯାଉଛି । ଏହି ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଡବା ତଳେ ଚାପି ହୋଇ ରହିଛନ୍ତି । ଅଗ୍ନିଶମ କର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଯାଇଛି । କୁହାଯାଉଛି ମୃତକଙ୍କ ସଂଖ୍ୟା ବଢ଼ିପାରେ । ଉଦ୍ଧାର ପରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.