oom

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ୨୦୨୩ ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହଲାଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ସୁବୋଧ ନାରାୟଣ ସା’ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ି ଯୋଗଦେଇ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶରେ ଖେଳକୁଦର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । କ୍ରୀଡା ଶିକ୍ଷକ ସଞ୍ଜିବ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବ୍ଲକ୍ କ୍ରୀଡା ସମିତି ସମ୍ପାଦକ ଜିତେନ୍ଦ୍ର ବୁଡେକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଖେଳ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ, ନିରୁପମା ତାଣ୍ଡି, ଶାରୀରିକ ଶିକ୍ଷା ଶିକ୍ଷକ ଦେବରାଜ ସେଠ୍, ମାନଭଞ୍ଜନ ପଣ୍ଡା, ଅନନ୍ତ ନାରାୟଣ ବନ୍‌ଛୋର, ଟେକ୍‌ଚାନ୍ଦ ସାହୁ, ଶ୍ରୀମନ୍ତ ପଧାନ, ଅଶୋକ ବୁଦ୍ଧିଆ, ଶ୍ରୀମଦ ଦାସ, ମହେଶ ଭୋଇ, ସୁନିଲ ପଧାନ, ଗୁଣନିଧି ସାହୁ, ଦଉଲତ ସା, ହେମସାଗର ଗଡତିଆ, ଶଶିଭୂଷଣ ଷାଣ୍ଢ, ସାନନ୍ଦ ବାରିକ, ଚୈତନ୍ୟ ବାରିକ, ତହସିଲ ପଧାନ, ସମ୍ପଦ ଖମାରୀ, ଦେବ ପଧାନ, କ୍ଷୀରୋଦ୍ର ଭୋଇ, ସୁରେଶ ବିଶି, ନରେନ୍ଦ୍ର ପଧାନ, ବିଶ୍ୱଜିତ ସା, ମହେଶ ଭୁଏ, ବୃଷଭ ସାହୁ, ଦିଲୀପ ଭୁଏ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ୧୫ଟି କ୍ଲଷ୍ଟର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ଦୁଇଟି ବର୍ଗର ଛାତ୍ରଛାତ୍ରୀ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୋଲା ଫିଙ୍ଗା, ଡିସ୍କସ ଥ୍ରୋ ପ୍ରତିଯୋଗିତାଗୁଡିକରେ ଭାଗ ନେଇଥିଲେ । ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ଶେଷରେ ସ୍ଥାନୀୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଞ୍ଚାନନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ୧ ତାରିଖରେ ସହଲା ଉଚ୍ଚ ବିଦ୍ୟାଳୟ ପଡିଆରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.