ମହୁଲପାଲିଠାରେ ୪୦ ୟୁନିଟ୍‌ ରକ୍ତ ସଂଗୃହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମହୁଲପାଲିଠାରେ ସହଯୋଗ ପରିବାର ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାଲି ଫିତା କାଟି ଉଦ୍‌ଘାଟନ କରିଥିଲେ । ଏଥିରେ ବିକାଶ ଗ୍ରୁପର ଚେୟାରମ୍ୟାନ ଡି ମୁରଲୀକ୍ରିଷ୍ଣା ଓ ବିଜେପୁର ବିଜେପି ସଂଗଠକ ସୁରେନ୍ଦ୍ର ପାତ୍ର ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅବନିକାନ୍ତ ପଣ୍ଡା ଯୋଗଦାନ କରି ଯେଉଁମାନେ ରକ୍ତଦାନ କରିଛନ୍ତି ସେହିମାନେ ହିଁ ପ୍ରକୃତ ସମାଜସେବୀ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ନୀଳଧର ସାହୁ, ପରେଶ ଡନସେନା, ସୂର୍ଯ୍ୟକାନ୍ତ ଭୁଏ, ଚିଣ୍ଟୁ ବିଶି, ଜିତିକାନ୍ତ ଭୁଏ, ମାନସ ରଞ୍ଜନ ଭୋଇ, ଦୀପକ ସାହୁ ଓ ବିଶ୍ୱ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ଡୋଲମଣି ପଧାନ, ସଦାଶିବ ସାହୁ, ରାଜକୁମାର ସାହୁ, କଳ୍ପ ସାହୁ ଓ ସୁଶାନ୍ତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ସର୍ବମୋଟ ୪୦ ୟୁନିଟ୍‌ ରକ୍ତ ସଂଗୃହିତ ହୋଇଥିଲା । ସମସ୍ତ ରକ୍ତକୁ ବରଗଡ଼ ବ୍ଲଡ଼ ବ୍ୟାଙ୍କକୁ ପଠାଇ ଦିଆଯାଇଥିଲା ।

Leave A Reply

Your email address will not be published.