ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୯ରୁ ଜଣେ, ବେଲପଡ଼ା ବ୍ଲକ୍‌ ଘାଗୁର୍ଲି ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଳକ୍‌ କୁଡ଼ାସିଂଗା ଓ ଅର୍ଜୁନପୁର ଗ୍ରା.ପ.ରୁ ଜଣେ ଲେଖାଏଁ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୫ରୁ ୨ ଜଣ ଓ ୪ରୁ ୩ ଜଣ, ଖପ୍ରାଖୋଲ ବ୍ଲକ୍‌ ମାଟିଆଭଟା ଗ୍ରା.ପ.ରୁ ଜଣେ ଏବଂ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ ଓ ୫ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ସୂଚନାରେ ପ୍ରକାଶ କରାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ମାତ୍ର ୧୦୭ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.