ଗାଇସିଲାଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଏ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଗାଇସିଲାଟ ବିଡ଼ିଓ, ତହସିଲଦାର୍ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି । ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗାଇସିଲେଟ ନୂତନ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି ସବୁ ହୋଇଥିଲା । ଏଥିରେ ମୋଟ୍ ୭୫ ଟି ସମସ୍ୟାର ସମାଧାନ ପାଇଁ ଜନ ସାଧାରଣ ଆବେଦନ କରିଥିଲେ । ସେହିସବୁ ସମସ୍ୟାର ତୁରନ୍ତ ସମାଧାନ କରି ଲୋକଙ୍କୁ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ବରଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣିକୁ ଗାଇସିଲେଟ ବ୍ଲକର ଜନସାଧାରଣ ନିଜର ବିଭିନ୍ନ ଅଭିଯୋଗ ନେଇ ଆସିଥିଲେ । ଲୋକେ ଅନେକ କ୍ଷେତ୍ରରେ ଦୀର୍ଘଦିନ ଧରି ସମସ୍ୟା ସମାଧାନ ହୋଇନଥିବାର ଅଭିଯୋଗ ଆଣିବାରୁ ଜିଲ୍ଲାପାଳ ନିର୍ଦ୍ଦିଷ୍ଟ କିଛି ବିଭାଗୀୟ ଅଧିକାରୀଙ୍କ ଉପରେ ଭୀଷଣ ଭାବରେ ବିରକ୍ତ ହୋଇଥିଲେ ଓ ସେ ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନେକ ଅଭିଯୋଗର ତଦନ୍ତ ପାଇଁ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ସାମିଲ ହେବା ପାଇଁ ମଧ୍ୟ ଲୋକେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିଲେ । ଜିଲ୍ଲାପାଳ ଏହି ସମସ୍ତ ବିଭାଗ ପକ୍ଷରୁ ଯେପରି ସମସ୍ତ ନାଗରିକଙ୍କୁ ଉଚିତ ଭାବରେ ସରକାରୀ ସେବା ମାନ ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ହେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି । ଶେଷରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ସାକ୍ଷାତ୍ କରି ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ସବୁ ବିଷୟରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.

error: Content is protected !!