csstore

ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୦ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ହଜାର ହଜାର ଆଦିବାସୀଙ୍କ ଏକ ବିଶାଳ ସଶସ୍ତ୍ର ରାଲି ସହର ପରିକ୍ରମା କରି ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଶ୍ୟାମସୁନ୍ଦର ଭୋଇ କହିଛନ୍ତି ଯେ, ସରକାର ଆଦିବାସୀଙ୍କ ଦାବୀ ପୂରଣ ନକଲେ ଆଗାମୀ ସମୟରେ ଘନଘୋର ଆନ୍ଦୋଳନ ହେବ । ମାଲି ଓ ରଣା ଜାତିକୁ ଆଦିବାସୀ ତାଲିକାରୁ ବାଦ୍‌ ଦେବା, ନକଲି ଆଦିବାସୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ୧୦ ଦଫା ଦାବୀ ନେଇ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନିଜର ଦବ୍‌ଦବା ଜାହିର୍‌ କରିଥିବା ସହରରେ ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.