ଟ୍ରାଫିକ୍‌ ନିୟମ ଉଲଂଘନ ଯୋଗୁଁ ୨୬ଟି ମୋଟର ସାଇକେଲ୍‌ ଉପରେ ୪୨ ହଜାର ଟଙ୍କା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍‌ ନିୟମ ଉଲଂଘନ କରନ୍ତୁ ନାହିିଁ । ହରଡ଼ ଘଣାରେ ପଡ଼ି ପାରନ୍ତି । ଟ୍ରାଫିକ୍‌ ନିୟମ ପ୍ରତି ବଲାଙ୍ଗିର ପୋଲିସର ଏବେ କଡ଼ା ନଜର୍‌ । ମୋଟର ସାଇକେଲ୍‌ରେ ତିନିଜଣ ବସିବା ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଯୋଗୁଁ ୨୬ଟି ମୋଟର ସାଇକେଲ୍‌ ଉପରେ ଏବେ ୪୨ ହଜାର ଟଙ୍କା ଫାଇନ୍‌ ପଡ଼ିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ବଲାଙ୍ଗିର ସହର ସାରା ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ସିସିଟିଭି ଖଂଜା ଯାଇଛି । ଟ୍ରାଫିକ୍‌ ନିୟମ ଉଲଂଘନ କଲେ କଟିବ ଫାଇନ୍‌ । ଟ୍ରାଫିକ୍‌ ନିୟମ ମାନିବାକୁ ଏସ୍‌ପି ଶ୍ରୀ ଖିଲାରୀ ଜନସାଧାରଣଙ୍‌ଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!