lika

ଆନ୍ଦୋଳନ ଭୟଙ୍କର ହେବ : ପଶ୍ଚିମ ଓଡିଶା ଶିକ୍ଷକ ଫୋରମ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବୀ ନେଇ ପ୍ରାଥମିକ ଶିକ୍ଷକମାନେ AUPTFର ଆହ୍ୱାନରେ ସମୂହ ଛୁଟି ନେଇ ଆନ୍ଦୋଳନ ଚଲାଇ ଥିଲେ, କିନ୍ତୁ କେତେକ ସ୍ୱାର୍ଥନ୍ଵେସୀ ଶିକ୍ଷକ ନେତୃତ୍ୱମାନଙ୍କ ଦ୍ୱାରା ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଶୈଳୀରେ ଆନ୍ଦୋଳନକୁ ଭଣ୍ଡୁର କରାଗଲା, ଏହାକୁ ପଶ୍ଚିମ ଓଡିଶା ପ୍ରାଥମିକ ଶିକ୍ଷକ ଫୋରମ ଦୃଢ ନିନ୍ଦା କରିଛି । ବଲାଙ୍ଗୀର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ଆହ୍ୱାନ କ୍ରମେ ସିତୋଷ କୁମାର ପାଣିଗ୍ରାହୀଙ୍କର ସଭାପତିତ୍ୱରେ ପଶ୍ଚିମାଞ୍ଚଳର ୧୪ଟି ଜିଲ୍ଲାର ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ତାରିଖ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ ଏବଂ ସରକାରଙ୍କର ମିଥ୍ୟା ପ୍ରତିଶୃତିକୁ ବିରୋଧ କରାଯିବ । ଆସନ୍ତା ଅକ୍ଟୋବର ୧ ତାରିଖ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାଠାରେ WOPTFର କାର୍ଯ୍ୟକାରିଣୀ ବୈଠକ ବସି ଆଗାମୀ ଦିନରେ ହେବାକୁ ଥିବା ଆଞ୍ଚଳିକ ରାଜସ୍ବ ଉନ୍ନୟନ କମିଶନର (RDC) ଘେରାଉ ସମ୍ପର୍କିତ ତାରିଖ ଘୋଷଣା କରାଯିବ ବୋଲି ଫୋରମର କର୍ମକର୍ତ୍ତା ସିତୋଷ କୁମାର ପାଣିଗ୍ରାହୀ, ଚକାନନ୍ଦ କମ୍ପ ଶ୍ରୀକାନ୍ତ ବାରିକ, ସୁରେଶ ପଧାନ, ଶିଶିର ଖଟୁଆ, ସୋମନାଥ ଗରୁଡ଼, ଲକ୍ଷ୍ମଣ ପଟେଲ, ଦାମୋଦର ପଣ୍ଡା, ପ୍ରଶାନ୍ତ ବାରିକ, ତ୍ରିନାଥ ଖୁଣ୍ଟିଆ, ବିକ୍ରମ ମାଝୀ, ତଥା କନିଷ୍ଠ ଶିକ୍ଷକ ସଙ୍ଘର ପ୍ରତିନିଧି ରାୟଦତ୍ତ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି ।

babaa
Leave A Reply

Your email address will not be published.