jayashree

ଟିଟିଲାଗଡ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କ୍ୟୁ ୱାନ ହସ୍ପିଟାଲର ଚେୟାରମେନ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ୨୪ ତାରିଖ ରବିବାର ଦିନ ନିଶୁଳ୍କ ଅସ୍ଥି ସମ୍ବନ୍ଧୀୟ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ ପରିଚାଳକ ସଂସ୍ଥା ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନ୍ ଚେନ୍ନାଇ ଦ୍ଵାରା ପରିଚାଳିତ ଏହି ନିଶୁଳ୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ତୁଲାଇଛି । ଆୟୋଜିତ ହୋଇଥିବା ଏହି ଶିବିରରେ ବିଶାଖାପାଟଣା ସ୍ଥିତ କ୍ୟୁ ୱାନ ହସ୍ପିଟାଲର ମୁଖ୍ୟ ଅସ୍ଥି ଶଲ୍ୟ ଚିକିତ୍ସକ ଡ. ରାମଣା ମୂର୍ତ୍ତି ଟି. ଯୋଗଦେଇ ଆସିଥିବା ଶହେରୁ ଉର୍ଦ୍ଧ୍ବ ରୋଗୀଙ୍କ ଅସ୍ଥି ସମ୍ବନ୍ଧୀୟ ନିଶୁଳ୍କ ପରାମର୍ଶ, ଏକ୍ସ-ରେ ଓ ଚିକିତ୍ସା ପ୍ରଦାନ କରାଯାଇଛି । ସ୍ଥାନୀୟ ଅଞ୍ଚଳବାସୀ ଏହି ସୁଯୋଗର ଲାଭ ଉଠାଇ ବହୁ ସଂଖ୍ୟାରେ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ପରିଚାଳକ ସଂସ୍ଥାର ଚେୟାରମେନ ଜଗଦୀଶ ପ୍ରସାଦ ଶର୍ମା ଏନେଇ ଏକ ପ୍ରେସ ବିବୃତି ମାଧ୍ୟମରେ ଆଗାମୀ ଦିନରେ ଏହି ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ପ୍ରତି ସପ୍ତାହରେ ଜଣେ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଆସି ଚିକିତ୍ସା ପ୍ରଦାନ କରିବା ନେଇ ଘୋଷଣା କରିଥିଲେ । କ୍ୟୁ ୱାନ୍‌ ହସ୍ପିଟାଲର ଚେୟାରମେନ ଡ. ରାମଣା ଏହା ଅଞ୍ଚଳର ଅସହାୟ ଗରିବ ଲୋକେ ବିଜୁ ସ୍ବାସ୍ଥ୍ୟ କାର୍ଡର ଲାଭ ଉଠାଇବା ସହିତ ନିଜର ଚିକିତ୍ସା କରାଇ ପାରିବେ ବୋଲି କହିଥିଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାରରୁ ଶନିବାର ସକାଳ ଆଠଟାରୁ ଅପରାହ୍ନ ଏଗାରଟା ଯାଏଁ ଏବଂ ସନ୍ଧ୍ୟା ପାଞ୍ଚଟାରୁ ଆଠଟା ଯାଏଁ ଖୋଲା ରହୁଥିବା ବେଳେ ରବିବାର ଓ ପବ୍ଲିକ ହୋଲିଡେ’ରେ କେବଳ ସକାଳେ ରୋଗୀଙ୍କୁ ଦେଖାଯାଏ । ସନ୍ଧ୍ୟାରେ ବନ୍ଦ ରୁହେ ।

Leave A Reply

Your email address will not be published.